‘ଦାବିର ସହ କହିବି ଧୋନି ଏଭଳି ସିନେମାରେ ଖୁବ ସୁନ୍ଦର ଅଭିନୟ କରିପାରିବେ’; ଧର୍ମପତ୍ନୀ ସାକ୍ଷୀ

Advertisment
‘ଦାବିର ସହ କହିବି ଧୋନି ଏଭଳି ସିନେମାରେ ଖୁବ ସୁନ୍ଦର ଅଭିନୟ କରିପାରିବେ’; ଧର୍ମପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଅଭିନୟ ଦୁନିଆ‌ରେ ପାଦ ଥାପିବେ ବୋଲି ଅନେକ ଦିନରୁ ଖବର ଶୁଣିବାକୁ ମିଳୁଛି। ଏହି ଖବରକୁ ନେଇ ଧର୍ମପତ୍ନୀ ସାକ୍ଷୀ ଧୋନି ବି ନିଜର ମତାମତ ରଖିଛନ୍ତି।

ନିକଟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସାକ୍ଷୀ ଧୋନିଙ୍କ ଅଭିନୟ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ। ଆଉ କହିଥିଲେ,‘ମୋ ସ୍ବାମୀ କ୍ୟାମେରା ସାମ୍ନାକୁ ଆସିବା ପାଇଁ ଆଦୌ ଭୟ କି ଲାଜ କରନ୍ତି ନାହିଁ। ସେଥିପାଇଁ ସେ ଯେକୌଣସି ସିନେମା‌ ହେଲେ ବି ସହଜରେ ‌ଡେବ୍ୟୁ କରି ପାରିବେ, ଏହା ମୁଁ ଦାବିର ସହ କହିବି।

କିଛିଦିନ ହେବ ଧୋନି ଏଣ୍ଟରଟେନମେଣ୍ଟ ହାଉସର ଆରମ୍ଭ ହୋଇଯାଇଥିବା ଖବର ବି ଆସିଛି। ସାକ୍ଷୀ ଓ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଡକସନ ହାଉସ ଧୋନି ଏଣ୍ଟରଟେନମେଣ୍ଟର ପ୍ରଥମ ସିନେମା ହେଉଛି ‘ଲେଟସ ଗେଟ ମ୍ୟାରିଡ’ । ସିନେମାଟି ତାମିଲରେ ଥିବା ବେଳେ ତେଲୁଗୁରେ ବି ରିଲିଜ ହେବାର ଯୋଜନା ରହିଛି।

ସି‌ନେମାରେ ପ୍ରୋମୋସନ ପାଇଁ ସାକ୍ଷୀ ଚେନ୍ନାଇ ଯାଇଥିଲେ। ସେଠାରେ ଧୋନି କିଭଳି ସିନେମାରେ ମୁଖ୍ୟ ଭୂମିକାରେ ଆସିବେ ତାହାକୁ ନେଇ ସାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସାକ୍ଷୀ କହିଥିଲେ କିଛି ଭଲ ଭୂମିକା ଥିବା ସିନେମା ମିଳିଗଲେ ସେ ନିଶ୍ଚୟ କରିବେ। ଧୋନି ପ୍ରାୟତଃ ଆକସନରେ ଥାଆନ୍ତି। ତେଣୁ ତାଙ୍କୁ ନେଇ ଯଦି କୌଣସି ସିନେମା ପ୍ରସ୍ତୁତ ହୁଏ ତେବେ ସେଥିରେ ନିଶ୍ଚୟ ଆକସନ ରହିଥିବ।

ଏହାକୁ ନେଇ ନିର୍ଦ୍ଦେଶକ ରମେଶ କହିଛନ୍ତି,‘ଧୋନି ହେଉଛନ୍ତି ଜଣେ ସୁପରହିରୋ’। ତାଙ୍କୁ ମୁଁ ସୁପରହିରୋ ଭୂମିକାରେ ଦେଖିବାକୁ ଚାହିଁବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe