ପତ୍ନୀଙ୍କୁ ଚପଲ ପିନ୍ଧାଉଥିବାର ଧୋନିଙ୍କ ଫଟୋ ଭାଇରାଲ

Advertisment
ପତ୍ନୀଙ୍କୁ ଚପଲ ପିନ୍ଧାଉଥିବାର ଧୋନିଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନିଙ୍କୁ ଏହି ଫଟୋରେ ପତ୍ନୀ ସାକ୍ଷୀଙ୍କୁ ସ୍ୟାଣ୍ଡେଲ୍‌ ପିନ୍ଧାଇବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏଭଳି କାମକୁ ନେଇ ଲୋକମାନେ କ’ଣ ଭାବିବେ ସେନେଇ ଧୋନିଙ୍କ କୌଣସି ଚିନ୍ତା ହିଁ ନାହିଁ। ସାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରି ଲେଖିଥିଲେ, ‘ତୁମେ ଜୋତା ପାଇଁ ଟଙ୍କା ଦେଇଛ, ତେଣୁ ତୁମେ ହିଁ ୟାକୁ ପିନ୍ଧାଅ।’

ଧୋନି ବର୍ତ୍ତମାନ କ୍ରିକେଟରୁ ଦୂରେଇ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ଧୋନି ନିଜ ଝିଅ ଜିଭା ସହିତ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଝିଅ ସହିତ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। େଓ୍ଵଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିରୋଧରେ ଟି୨୦ ଇଣ୍ଟରନ୍ୟାସନାଲ ସିରିଜରେ ଧୋନିଙ୍କୁ ସାମିଲ କରାଯାଇ ନଥିଲା। ଅଷ୍ଟ୍ରେଲିଆଗସ୍ତ ସମୟରେ ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଓ ତୃଷଭ ପନ୍ତଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe