ମହିଳା ଏସିଆ କପ୍‌ ହକି ରଶ୍ମିତା ସାମିଲ

Advertisment
ମହିଳା ଏସିଆ କପ୍‌ ହକି ରଶ୍ମିତା ସାମିଲ

ଭୁବନେଶ୍ୱର): ଆସନ୍ତା ୨୮ ତାରିଖରୁ ଜାପାନର କାକାମିଗାହରା ସିଟିରେ ଆରମ୍ଭ ହେବାକୁ ଯାଉଥିବା ନବମ ଏସିଆ କପ୍‌ ମହିଳା ହକି ପ୍ରତିଯୋଗିତା ଲାଗି ୧୮ ଜଣିଆ ଭାରତୀୟ ଦଳରେ ଆଉ ଜଣେ ଓଡ଼ିଆ ରଶ୍ମିତା ମିଞ୍ଜ୍‌ ସାମିଲ ହୋଇଛନ୍ତି। ପୂର୍ବରୁ ଏହି ଦଳରେ ଓଡ଼ିଶାରୁ (ଅଲିମ୍ପିଆନ୍‌ ଦୀପ ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଳିମା ମିଞ୍ଜ୍‌) ୪ ଜଣ ସ୍ଥାନ ପାଇଥିଲା ବେଳେ ଗୁରୁବାର ରଶ୍ମିତାଙ୍କୁ ସାମିଲ କରାଯାଇଛି। ରଶ୍ମିତା ଷ୍ଟାଣ୍ଡ୍‌ବାଇ ଭାବେ ଦଳରେ ରହିଥିଲେ। ତେବେ ୧୮ ଜଣିଆ ଚୂଡାନ୍ତ ଦଳରେ ସାମିଲ ଥିବା ସୁମନ ଦେବୀ ଠୋକମ ଅସୁସ୍ଥ ହୋଇପଡ଼ିବାରୁ ଷ୍ଟାଣ୍ଡ୍‌ବାଇ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ରଶ୍ମିତାଙ୍କୁ ସୁଯୋଗ ମିଳିଛି। ରଶ୍ମିତାଙ୍କ ସାମିଲ ପରେ ଏବେ ଏସିଆ କପ୍‌ ଦଳରେ ଓଡ଼ିଶାରୁ ୫ ମହିଳା ସ୍ଥାନ ପାଇଲେ। ରାଣୀଙ୍କ ନେତୃତ୍ୱରେ ଭାରତୀୟ ଦଳ ପୁଲ୍‌ ‘ଏ’ରେ ଚୀନ, ମାଲେସିଆ, ସିଙ୍ଗାପୁର ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୮ ତାରିଖ ପୂର୍ବାହ୍‌ଣ ୧୧ଟାରେ ସିଙ୍ଗାପୁର ସହିତ ଖେଳି ଭାରତ ଅଭିଯାନ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe