ଭାରତ ଗସ୍ତରେ ମହମଦୁଲ୍ଲା ଓ ମୋମିନୁଲ୍‌ ବାଂଲା ଅଧିନାୟକ

Advertisment
ଭାରତ ଗସ୍ତରେ ମହମଦୁଲ୍ଲା ଓ ମୋମିନୁଲ୍‌ ବାଂଲା ଅଧିନାୟକ

ICC Cricket

ଢାକା : ଆଇସିସି ଦୁର୍ନୀତି ନିବାରଣ ଆଚରଣ ବିଧି ଉଲଂଘନ କରିବା ଅଭିଯୋଗରେ ଅଧିନାୟକ ସକିବ୍‌ ଅଲ୍‌ ହାସନ୍‌ ୨ ବର୍ଷ ପାଇଁ ନିଲମ୍ବିତ ହେବା ପରେ ଭାରତ ଗସ୍ତରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ମଙ୍ଗଳବାର ଉଭୟ ଟ୍ବେଣ୍ଟି-୨୦ ଏବଂ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଭିନ୍ନ ଭିନ୍ନ ଅଧିନାୟକ ମନୋନୀତ କରିଛି। ବାଂଲା ବୋର୍ଡର ଘୋଷଣା ମୁତାବକ ଭାରତ ଗସ୍ତରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅଲ୍‌ରାଉଣ୍ଡର ମହମଦୁଲ୍ଲା ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ମୋମିନୁଲ୍‌ ହକ୍‌ ଦଳର ନେତୃତ୍ବ ନେବେ। ପୂର୍ବରୁ ମହମଦୁଲ୍ଲା ୨୦୧୮ରେ ୫ ଟ୍ବେଣ୍ଟି-୨୦ର ନେତୃତ୍ବ ନେଇଥିଲା ବେଳେ ମୋମିନୁଲ୍‌ କିନ୍ତୁ କୌଣସି ବି ଫର୍ମାଟ୍‌ରେ ଦଳର ନେତୃତ୍ବ ନେଇନଥିଲେ। ସକିବ୍‌ଙ୍କ ନିଲମ୍ବନ ଏବଂ ତମିମ୍‌ ଇକ୍‌ବାଲ ଓହରିଯିବା ସାଙ୍ଗକୁ ଓ ମହମ୍ମଦ ସୈଫୁଦିନ୍‌ ଆହତ ଯୋଗୁଁ ବାଦ୍‌ ପଡ଼ିବା ପରେ ବାଂଲା ବୋର୍ଡ ଟ୍ବେଣ୍ଟି-୨୦ ଦଳରେ ତାଇଜୁଲ୍‌ ଇସ୍‌ଲାମ ଓ ଆବୁ ହାଇଦରଙ୍କୁ ସାମିଲ କରିଥିଲା ବେଳେ ଟେଷ୍ଟ୍‌ ଦଳରେ ସୈଫ୍ ହାସନ୍‌ ନୂଆ ମୁହଁ ରହିଛନ୍ତି।

ଟ୍ବେଣ୍ଟି-୨୦ ଦଳ: ମହମଦୁଲ୍ଲା (ଅଧିନାୟକ), ଲିଟନ ଦାସ, ସୌମ୍ୟ ସର୍‌କାର, ନଇମ୍‌ ସେଖ୍‌, ମୁସ୍‌ଫିକର ରହିମ୍‌, ମହମ୍ମଦ ମିଥୁନ, ଆଫିଫ୍ ହୋସେନ୍‌, ମୋସାଦିକ୍‌ ହୋସେନ୍‌, ଅମିନୁଲ୍‌ ଇସ୍‌ଲାମ, ଆରାଫତ ସନ୍ନି, ତାଇଜୁଲ୍‌ ଇସ୍‌ଲାମ, ମୁସ୍ତାଫିଜର ରହମନ୍‌, ସାଫିଉଲ୍‌ ଇସ୍‌ଲାମ, ଆବୁ ହାଇଦର ଓ ଅଲ୍‌ ଅମିନ ହୋସେନ୍‌।

ଟେଷ୍ଟ ଦଳ: ମୋମିନୁଲ୍‌ ହକ୍‌ (ଅଧିନାୟକ), ସଦ୍‌ମନ ଇସ୍‌ଲାମ, ଇମ୍ରୁଲ କେୟସ, ସୈଫ୍‌ ହାସନ୍‌, ଲିଟନ ଦାସ, ମୁସ୍‌ଫିକର ରହିମ୍‌, ମହମଦୁଲ୍ଲା, ମହମ୍ମଦ ମିଥୁନ, ମୋସାଦିକ୍‌ ହୋସେନ୍‌, ମେହେଦି ହାସନ୍‌ ମିରାଜ୍‌, ତାଇଜୁଲ୍‌ ଇସ୍‌ଲାମ, ନୟିମ୍‌ ହାସନ୍‌, ମୁସ୍ତାଫିଜର ରହମନ୍‌, ଅଲ୍‌ ଅମିନ ହୋସେନ୍‌, ଆବୁ ଜୟେଦ୍‌ ଓ ଇବାଦତ ହୋସେନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe