ଭୁବନେଶ୍ୱର: କେରଳର ତ୍ରିବେନ୍ଦ୍ରମ୍ରେ ଆୟୋଜିତ ସର୍ବଭାରତୀୟ ଡାକ ବିଭାଗ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ମଳୟ ରଂଜନ ପତି ଲଗାତାର ଏକାଦଶ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ହାମର ଥ୍ରୋରେ ୪୮.୨୦ ମିଟର ଫିଙ୍ଗି ନିଜର ପୂର୍ବକୀର୍ତି ୪୭.୩୮ ମିଟରକୁ ଭାଙ୍ଗି ପଦକ କରାୟତ କରିଥିଲେ। ୧୧୦ ମିଟର ବାଧାଦୌଡ଼ରେ ଭାଗନେଇଥିବା ଧର୍ମେନ୍ଦ୍ର ମହାନ୍ତ (୧୬.୫୦ ସେକେଣ୍ଡ୍) ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ୨ ସ୍ୱର୍ଣ୍ଣ ପଦକ ସହ ଓଡ଼ିଶାର ଅଭିଯାନ ଶେଷ ହୋଇଥିଲା। ତେବେ ଅନ୍ୟ ପ୍ରତିଯୋଗୀ ଗୋପୀନାଥ ମହାନ୍ତି, ଦିଲ୍ଲୀପ ରାଉତ ଏବଂ ବୁଧୁରାମ ସିଂହ ପଦକ ଜିତିବାର ବିଫଳ ହୋଇଥିଲେ।
ମଳୟଙ୍କୁ ଲଗାତାର ଏକାଦଶ ସ୍ୱର୍ଣ୍ଣ
Advertisment
Follow Us