କୁଆଲାଲୁମ୍ପୁର: ମାଲେସିଆ ଓପନ୍ ୱାର୍ଲଡ ଟୁର୍ ସୁପର ୭୫୦ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଖେଳାଳି ଭାବେ ତିଷ୍ଠି ରହିଥିବା କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ ଶୁକ୍ରବାର ଶେଷ ହୋଇଛି। ଅଷ୍ଟମ ମାନ୍ୟତା ଶ୍ରୀକାନ୍ତ କ୍ବାର୍ଟର୍ ଫାଇନାଲ୍ରେ ୧୮-୨୧, ୧୯-୨୧ରେ ଚତୁର୍ଥ ମାନ୍ୟତା ଚୀନ୍ ତାରକା ଚେନ୍ ଲଙ୍ଗ୍ଙ୍କଠୁ ହାରି ବିଦାୟ ନେଇଛନ୍ତି। ଗତ ସପ୍ତାହରେ ଇଣ୍ଡିଆ ଓପନ୍ ଫାଇନାଲ୍ରେ ପହଞ୍ଚିଥିବା ଶ୍ରୀକାନ୍ତଙ୍କ ଏହା ଚଳିତ ବର୍ଷର ଚତୁର୍ଥ କ୍ବାର୍ଟର୍ ଫାଇନାଲ୍ ଥିଲା। ଚେନ୍ଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କ ଏହା ପଞ୍ଚମ ପରାଜୟ। କେବଳ ଶ୍ରୀକାନ୍ତ ଅଷ୍ଟ୍ରେଲିଆନ୍ ଓପନ୍ରେ ଚେନ୍ଙ୍କୁ ଗୋଟିଏ ଥର ହରାଇଥିଲେ।
ମାଲେସିଆ ଓପନ୍ କ୍ବାର୍ଟରରୁ ଶ୍ରୀକାନ୍ତ ବିଦା
Advertisment
Follow Us