Pushpakumara joins the 1000-wicket: ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୁଷ୍ପକୁମାରଙ୍କ ୧୦୦୦ ୱିକେଟ୍‌

Advertisment

କ୍ରିକେଟ୍‌ ଜଗତରେ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି ଶ୍ରୀଲଙ୍କାର ବାମହାତୀ ସ୍ପିନର୍‌ ମଲିନ୍ଦ ପୁଷ୍ପକୁମାର। ବିଶ୍ବର ୨୧୮ତମ ଖେଳାଳି ଭାବେ ସେ ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି।

କ୍ରିକେଟ୍‌ ଜଗତରେ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି ଶ୍ରୀଲଙ୍କାର ବାମହାତୀ ସ୍ପିନର୍‌ ମଲିନ୍ଦ ପୁଷ୍ପକୁମାର। ବିଶ୍ବର ୨୧୮ତମ ଖେଳାଳି ଭାବେ ସେ ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି।

Pushpakumara

Pushpakumara joins the 1000-wicket Photograph: (getty images)

କଲମ୍ବୋ: କ୍ରିକେଟ୍‌ ଜଗତରେ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି ଶ୍ରୀଲଙ୍କାର ବାମହାତୀ ସ୍ପିନର୍‌ ମଲିନ୍ଦ ପୁଷ୍ପକୁମାର। ବିଶ୍ବର ୨୧୮ତମ ଖେଳାଳି ଭାବେ ସେ ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏଭଳି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବାରେ ପୁଷ୍ପକୁମାର ଶ୍ରୀଲଙ୍କାର ଚତୁର୍ଥ କ୍ରିକେଟର୍‌ ହୋଇଛନ୍ତି। ଶ୍ରୀଲଙ୍କା ପାଇଁ ପୂର୍ବରୁ ମୁଥୟା ମୁରଲୀଧରନ (୧୩୭୪), ରଙ୍ଗନା ହେରାଥ (୧୦୮୦), ଦାନୁକ ହେତିଆରାଛି (୧୦୦୧) ଏଭଳି କ୍ଲବ୍‌ରେ ସାମିଲ ଥିଲେ।

ପୁଷ୍ପକୁମାରଙ୍କ କ୍ରିକେଟ କ୍ୟାରିୟର

ପୁଷ୍ପକୁମାର କିନ୍ତୁ ଏକବିଂଶ ଶତାବ୍ଦୀରେ ସାଇମନ୍‌ ହାର୍ମର ଓ ଜେମ୍ସ ଆଣ୍ଡରସନ୍‌ଙ୍କ ପରେ ତୃତୀୟ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏକବିଂଶ ଶତାବ୍ଦୀ‌ରେ ଏହି ୩ ଜଣ ପଦାର୍ପଣ କରିଥିଲେ। ପୁଷ୍ପକୁମାର ୨୦୦୬ରେ କରିଥିବାବେଳେ ଆଣ୍ଡରସନ୍‌ ୨୦୦୨ରେ ଏବଂ ହାର୍ମର ୨୦୦୯ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ପୁଷ୍ପକୁମାର ମଧ୍ୟ ଯୁଗ୍ମ ଦ୍ରୁତତମ ଭାବେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରିଛନ୍ତି। ମୁଥୟା ମୁରଲୀଧରନ ଏବଂ ପୁଷ୍ପକୁମାର ସମାନ ୧୭୩ ତମ ମ୍ୟାଚ୍‌ରେ ଏହି ଗୌରବ ପାଇଛନ୍ତି। ପାକିସ୍ତାନୀ ସ୍ପିନର୍‌ ଡାନିଶ କନେରିଆ ନିଜ ୨୦୧ତମ ମ୍ୟାଚ୍‌ରେ ଏହି ସଂଖ୍ୟା ଅତିକ୍ରମ କରିଥିଲେ। ପୁଷ୍ପକୁମାର କେବଳ ଶ୍ରୀଲଙ୍କା ମାଟିରେ ୯୬୬ ପ୍ରଥମ‌ ଶ୍ରେଣୀ ୱିକେଟ୍‌ ନେଇଛନ୍ତି। ‌ହେଟିଆରାଛି (୯୮୦)ଙ୍କ ପରେ ଦ୍ବିତୀୟ ସର୍ବାଧିକ। ପୁଷ୍ପକୁମାର ଶ୍ରୀଲଙ୍କାରେ ୮୨ ଥର ୫ ୱିକେଟ୍‌ ଏବଂ ୨୭ ଥର ୧୦ ୱିକେଟ୍‌ ସଫଳତା ବି ପାଇଛନ୍ତି। ଯାହାକି ଅନ୍ୟ କୌଣସି ବୋଲର କରିପାରିନାହାନ୍ତି। ପୁଷ୍ପକୁମାର ମଧ୍ୟ ଦ୍ବିତୀୟ ଶ୍ରୀଲଙ୍କାନ କ୍ରିକେଟର୍‌ ଭାବେ ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ଗୋଟିଏ ପାଳିରେ ୧୦ ୱିକେଟ୍‌ ଅକ୍ତିଆର କରିଥିଲେ। ଟ୍ରିପଲ୍‌ ସି ପାଇଁ ଖେଳି ସେ ନାରାସେନ୍ସ ବିପକ୍ଷରେ ୧୦/୩୭ ଚିତ୍ର ପାଇଥିଲେ। ତାଙ୍କ ପୂର୍ବରୁ ପ୍ରମୋଦୟ ବିକ୍ରମସିଂଘେ (୧୦/୪୧) ଚିତ୍ର ପାଇଥିଲେ ୧୯୯୧ ମସିହାରେ।

ଗତ ଶନିବାର ଶ୍ରୀଲଙ୍କାର ଘରୋଇ ପ୍ରତିଯୋଗିତାରେ ପୁଷ୍ପକୁମାର ବଦୁରେଲିୟା ସ୍ପୋର୍ଟସ କ୍ଲବ୍‌ ପକ୍ଷରୁ ମୁର୍‌ସ ବିପକ୍ଷରେ ୭ ୱିକେଟ୍‌ (୪/୯୦ ଓ ୩/୪୭) ଅକ୍ତିଆର କରିବା ଅବସରରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ୩୮ ବର୍ଷୀୟ ପୁଷ୍ପକୁମାର ଜାତୀୟ ଦଳ ପାଇଁ ମଧ୍ୟ ୪ ଟେଷ୍ଟ୍‌ ଓ ୨ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: Iran gives protesters ultimatum: ପ୍ରତିବାଦକାରୀଙ୍କୁ ୭୨ ଘଣ୍ଟାର ଆତ୍ମସମର୍ପଣ ଅଲଟିମେଟମ୍ ଦେଲା ଇରାନ: ନହେଲେ କଠୋର ଦଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe