ବୁମ୍‌ରା ବାଇଗଣୀ ଟୋପି ଜିତନ୍ତୁ ବୋଲି ମାଲିଙ୍ଗା ଚାହୁଥିଲେ

Advertisment
ବୁମ୍‌ରା ବାଇଗଣୀ ଟୋପି ଜିତନ୍ତୁ ବୋଲି ମାଲିଙ୍ଗା ଚାହୁଥିଲେ

Sportskeeda

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଲଗାତାର ଦ୍ବିତୀୟ ଥର ଏବଂ ମୋଟ ଉପରେ ପଞ୍ଚମ ଆଇପିଏଲ୍ ଟ୍ରଫି ଜିତିଥିଲା। ଗତବର୍ଷର ଫାଇନାଲ୍ ‌ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା ବେଳେ ଏଥର କିନ୍ତୁ ରୋହିତ ଶର୍ମାଙ୍କ ଦଳ ୮ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇ ଅପେକ୍ଷାକୃତ ସହଜ ବିଜୟ ହାସଲ କରିଥିଲା। ତେବେ ଦଳ ଦ୍ବିତୀୟ ବର୍ଷ ପାଇଁ ନାରଙ୍ଗୀ କିମ୍ବା ବାଇଗଣୀ ଟୋପି ଜିତି ପାରିନଥିଲା। ଗତବର୍ଷ ମଧ୍ୟ ବିଜେତା ମୁକୁଟ ପିନ୍ଧିବା ସତ୍ତ୍ବେ ମୁମ୍ବାଇର କୌଣସି ବ୍ୟାଟ୍ସମ୍ୟାନ୍ କିମ୍ବା ବୋଲର ନାରଙ୍ଗୀ କିମ୍ବା ବାଇଗଣୀ ଟୋପି ଜିତି ନଥିଲେ। ୨୦୧୯ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାର୍ନର ନାରଙ୍ଗୀ ଓ ଚେନ୍ନାଇ ସୁପରକିଙ୍ଗ୍ସର ଇମ୍ରାନ ତାହିର ବାଇଗଣୀ ଟୋପି ହାସଲ କରିଥିଲେ। ଏବର୍ଷ ସେଥିପାଇଁ ଅନ୍ତତଃ ଯଶପ୍ରୀତ ବୁମରା ବାଇଗଣୀ ଟୋପି ଜିତନ୍ତୁ ବୋଲି ଶ୍ରୀଲଙ୍କାର କିଂବଦନ୍ତି ଦ୍ରୁତ ବୋଲର ତଥା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଚାହୁଥିଲେ। ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe