ମାଞ୍ଚେଷ୍ଟର୍ ଟେଷ୍ଟ୍‌ରେ ନାଟକୀୟ ମୋଡ଼ : ପାକିସ୍ତାନ ଦ୍ବିତୀୟ ପାଳି ୧୩୭/୮, ୨୪୪ ରନ୍‌ରେ ଆଗୁଆ

Advertisment
ମାଞ୍ଚେଷ୍ଟର୍ ଟେଷ୍ଟ୍‌ରେ ନାଟକୀୟ ମୋଡ଼ : ପାକିସ୍ତାନ ଦ୍ବିତୀୟ ପାଳି ୧୩୭/୮, ୨୪୪ ରନ୍‌ରେ ଆଗୁଆ

New Indian Express

‌ମାଞ୍ଚେଷ୍ଟର୍‌, : ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଇଂଲଣ୍ଡ-ପାକିସ୍ତାନ ପ୍ରଥମ ଟେଷ୍ଟ୍‌ ନାଟକୀୟ ମୋଡ ନେଇଛି। ବର୍ଷାବାଧାପ୍ରାପ୍ତ ପ୍ରଥମ ଦିନରେ ମାତ୍ର ୨ ୱିକେଟରେ ପତନ ଘଟିଥିଲେ ମଧ୍ୟ ପରବର୍ତୀ ଦୁଇ ଦିନ ମୋଟ ୨୬ ୱିକେଟ୍‌ (୧୨+୧୪) ପତନ କାରଣରୁ ଫଳାଫଳ ବାହାରିବା ସମ୍ଭାବନା ଦେଖାଦେଇଛି। ପାକିସ୍ତାନର ପ୍ରଥମ ପାଳି ୩୨୬ ରନ୍ ଜବାବରେ ଇଂଲଣ୍ଡ ଶୁକ୍ରବାର ୨୧୯ ରନ୍‌ରେ ସମସ୍ତ ୱିକେଟ୍ ହରାଇ‌ ଦେଇଥିଲା। ପାକିସ୍ତାନ ୧୦୭ ରନ୍ ଅଗ୍ରଣୀ ପାଇବା ସତ୍ତ୍ବେ ଦ୍ବିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୩୭ ରନ୍‌ରେ ୮ ୱିକେଟ୍‌ ହରାଇଥିବାରୁ ସୁଯୋଗ ହାତଛଡ଼ା ଆଶଙ୍କାରେ ପଡ଼ିଛି। ତଥାପି ହାତରେ ୨ ୱିକେଟ୍‌ ଥାଇ ପାକିସ୍ତାନ ୨୪୪ ରନ୍‌ରେ ଆଗୁଆ ରହିଛି।

ଇଂଲଣ୍ଡ ଶୁକ୍ରବାର ୯୨/୪ରୁ ଖେଳ ଆରମ୍ଭ କରିଥିଲା। ଓଲି ପୋପ୍‌ (୬୨, ୧୧୭ ବଲ) ଏବଂ ଜୋସ୍ ବଟ୍ଟଲର୍ (୩୮, ୧୦୮ ବଲ) ପ୍ରଥମ ଅଧିବେଶନକୁ ଭଲରେ ବିତାଇଥ‌ିଲେ। ମଧ୍ୟାହ୍ନ ଭୋଜନ ବେଳକୁ ଇଂଲଣ୍ଡ ୧୫୯/୫ରେ ପହଞ୍ଚିଯାଇଥିଲା। କିନ୍ତୁ ବିରତି ପରେ ପାକିସ୍ତାନର ସ୍ପିନ୍‌ ଯୋଡ଼ି ୟାସିର୍‌ ସାହା (୪/୬୬) ଏବଂ ସଦାବ ଖାନ୍ (୨/୧୩) ଇଂଲଣ୍ଡ ପାଳିକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ୬୦ ରନ୍‌ ଭିତରେ ଶେଷ ୫ ୱିକେଟ୍‌ ଝଡ଼ିପଡ଼ିଥିଲା। ପୂର୍ବ ସଂଧ୍ୟାରେ ଜୋ ରୁଟଙ୍କୁ ଶିକାର କରିଥିବା ୟାସିର୍‌ ଶୁକ୍ରବାର ବଟ୍ଟଲର୍‌, ୱକ୍ସ, ବେସ୍‌ଙ୍କୁ ଆଉଟ୍ କରିଥିଲେ। ପାକିସ୍ତାନ ପକ୍ଷରୁ କିନ୍ତୁ ଇଂଲଣ୍ଡ ମାଟିରେ ୱିକେଟ୍ ଦଖଲ କରିବାରେ ନସିମ୍ ସାହା ତୃତୀୟ ସର୍ବକନିଷ୍ଠ ବୋଲର ହୋଇଥିଲେ। ଓଲି ପୋପ୍‌ଙ୍କ ୱିକେଟ୍ ନେଇଥିବା ନସିମଙ୍କୁ ଏବେ ୧୭ ବର୍ଷ ୧୭୪ ଦିନ।

ଶତକ ପରେ ଶୂନ: ଗୁରୁବାର ଇଂଲଣ୍ଡ ମାଟିରେ ଶତକ ହାସଲ କରିବାରେ ସାନ୍ ମାସୁଦ୍‌ ପଞ୍ଚମ ପାକିସ୍ତାନୀ ବ୍ୟାଟସମ୍ୟାନ୍‌ ବିବେଚିତ ହୋଇଥିଲେ। କିନ୍ତୁ ଦ୍ବିତୀୟ ପାଳିରେ ମାସୁଦ ୧୧ ବଲ୍‌ ଖେଳି ଖାତା ଖୋଲି ପାରିନଥିଲେ। ଷ୍ଟୁଆର୍ଟ ବ୍ରଡ ତାଙ୍କୁ ୱିକେଟ୍‌ ପଛ ପଟେ ବଟ୍ଟଲରଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଏହା ପରେ ଅବିଦ ଅଲୀ (୨୦), ବାବର ଆଜମ (୫), ଆଝାର ଅଲୀ (୧୮), ମହମ୍ମଦ ରିଜୱାନ (୨୭), ସଦାବ ଖାନ୍‌ (୧୫) ପ୍ରମୁଖ ଇଂଲଣ୍ଡର ପେସ୍ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ। ଭଲ ଲଢ଼େଇ କରିଥିଲେ ମଧ୍ୟ ଅସଦ ସଫିକ (୨୯) ରନ୍‌ ଆଉଟ୍‌ ହୋଇଯାଇଥିଲା।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୩୨୬ (ସାନ ମାସୁଦ୍‌-୧୫୬, ବାବର ଆଜମ-୬୯, ସଦାବ ଖାନ୍-୪୫, ଷ୍ଟୁଆର୍ଟ ବ୍ରଡ-୩/୫୪, ଜୋଫ୍ରା ଆର୍ଚର-୩/୫୯, କ୍ରିସ୍‌ ୱକ୍ସ-୨/୪୩, ଜେମ୍ସ ଆଣ୍ଡରସନ୍‌-୧/୬୩, ଡୋମିନିକ୍ ବେସ-୧/୭୪)। ଇଂଲଣ୍ଡ ପ୍ରଥମ ପାଳି: ୭୦.୩ ଓଭରରେ ୨୧୯ (ଓଲି ପୋପ୍‌-୬୨, ଜୋସ୍ ବଟ୍ଟଲର୍‌-୩୮, ଷ୍ଟୁଆର୍ଟ ବ୍ରଡ୍‌-୨୯*, ୟାସିର୍‌ ସାହା-୪/୬୬, ସଦାବ ଖାନ୍‌-୨/୧୩, ମହମ୍ମଦ ଆବାସ-୨/୩୩, ସାହିନ୍ ଆଫ୍ରିଦୀ-୧/୫୧)। ପାକିସ୍ତାନ ଦ୍ବିତୀୟ ପାଳି: ୪୪ ଓଭରରେ ୧୩୭/୮ (ଅସଦ୍ ସଫିକ-୨୯, ଅବିଦ ଅଲୀ-୨୦, ମହମ୍ମଦ ରିଜୱାନ-୨୭, ୟାସିର ସାହା-୧୨*, ମହମ୍ମଦ ଆବାସ-୦*, କ୍ରିସ୍‌ ୱକ୍ସ-୨/୧୧, ବେନ୍‌ ଷ୍ଟୋକ୍ସ-୨/୧୧, ଷ୍ଟୁଆର୍ଟ ବ୍ରଡ୍‌-୨/୨୩, ଡୋମନିକ୍ ବେସ୍‌-୧/୪୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe