ମା‌‌‌ଞ୍ଚେଷ୍ଟର୍‌ ୟୁନାଇଟେଡ୍‌ର ଆଇପିଏଲ୍‌ ଆଗ୍ରହ

Advertisment
ମା‌‌‌ଞ୍ଚେଷ୍ଟର୍‌ ୟୁନାଇଟେଡ୍‌ର ଆଇପିଏଲ୍‌ ଆଗ୍ରହ

Republic World

ଲଣ୍ଡନ୍‌: ବିଶ୍ବର ଲୋକପ୍ରିୟ ଫୁଟ୍‌ବଲ୍ କ୍ଲବ୍‌ ଭାବେ ପରିଚିତ ମା‌‌‌ଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଏବେ ଏକ ଆଇପିଏଲ୍‌ ଦଳ କିଣିବାକୁ ଆଗ୍ରହ‌ ଦେଖାଇଛି। ଏକ ଘରୋଇ ଇକ୍ୟୁଟି କମ୍ପାନି ଜାରିଆରେ ବିସିସିଆଇ ଟେଣ୍ଡର୍ ନିମନ୍ମଣ (ଆଇଟିଟି) ଆହ୍ବାନ କରିଥିବାବେଳେ ଆମେରିକାର ଦ ଗ୍ଲେଜର୍‌ ପରିବାର ପରିଚାଳିତା ମାଞ୍ଚେଷ୍ଟର୍‌ ୟୁନାଇଟେଡ୍ ଏହି ଲୋକପ୍ରିୟ କ୍ରିକେଟ୍ ଲିଗ୍‌ର ଦଳ କିଣିବାକୁ ମନ ବଳାଇଛି। ବିସିସିଆଇ କିନ୍ତୁ କଡ଼ା ନିୟମ ରଖିଛି। ଆବେଦନକାରୀ ସଂସ୍ଥାର ବାର୍ଷିକ ଦେଣନେଣ ହାରାହାରି ୩,୦୦୦ କୋଟି ଏବଂ ବ୍ୟକ୍ତିଗତ ମୂଲ୍ୟ ୨,୫୦୦ କୋଟିକୁ ଯୋଗ‌୍ୟତା ମାନଦଣ୍ଡ ଧାର୍ଯ୍ୟ କରିଛି। ବିଦେଶୀ କମ୍ପାନିଗୁଡିକ ପାଇଁ କିନ୍ତୁ ଭାରତରେ ଏକ କମ୍ପାନି ପ୍ରତିଷ୍ଠା ଲାଗି ସର୍ତ୍ତ ରଖାଯାଇଛି। ମା‌‌‌‌‌‌ଞ୍ଚେଷ୍ଟର୍‌ ସହିତ ଅଦାନି ଗ୍ରୁପ୍, ଟୋରେଣ୍ଟ୍‌ ଫାର୍ମା, ଅରବିନ୍ଦ ଫାର୍ମା, ଆର୍‌ପି ସଂଜୀବ ଗୋଏଙ୍କା, ହିନ୍ଦୁସ୍ତାନ ଟାଇମ୍ସ ‌ମେଡିଆ, ଜୀନ୍ଦଲ ଷ୍ଟିଲ୍‌, ଏଣ୍ଟରପ୍ରେନିୟର୍‌ ରୋନି ସ୍କ୍ରିଓୱାଲା ଏବଂ ୩ ଘରୋଇ ଇକ୍ୟୁଟି କମ୍ପାନି ବିସିସିଆଇର ପ୍ରସ୍ତାବିତ ୬ ସହରରୁ ୨ ଦଳ ଦୌଡ଼ରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe