ଉଦିତାଙ୍କ ହାତ ଧରିବେ ମନ୍‌ଦୀପ

Advertisment

ଭାରତୀୟ ପୁରୁ‌ଷ ହକି ଦଳର ଫରୱାର୍ଡ ମନ୍‌ଦୀପ ସିଂହଙ୍କୁ ପ୍ରେମଜାଲରେ ଅଟକାଇ ଦେଇଛନ୍ତି ମହିଳା ଦଳର ଡିଫେଣ୍ଡର ଉଦିତା ଦୁହାନ। ଏହି ଦୁଇ ଅଲିମ୍ପିଆନ୍‌ ଚଳିତ ମାସ ୨୧ ତାରିଖରେ ବିବାହବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଭାରତୀୟ ପୁରୁ‌ଷ ହକି ଦଳର ଫରୱାର୍ଡ ମନ୍‌ଦୀପ ସିଂହଙ୍କୁ ପ୍ରେମଜାଲରେ ଅଟକାଇ ଦେଇଛନ୍ତି ମହିଳା ଦଳର ଡିଫେଣ୍ଡର ଉଦିତା ଦୁହାନ। ଏହି ଦୁଇ ଅଲିମ୍ପିଆନ୍‌ ଚଳିତ ମାସ ୨୧ ତାରିଖରେ ବିବାହବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

sffssfxc

ଜଳନ୍ଧର: ଭାରତୀୟ ପୁରୁ‌ଷ ହକି ଦଳର ଫରୱାର୍ଡ ମନ୍‌ଦୀପ ସିଂହଙ୍କୁ ପ୍ରେମଜାଲରେ ଅଟକାଇ ଦେଇଛନ୍ତି ମହିଳା ଦଳର ଡିଫେଣ୍ଡର ଉଦିତା ଦୁହାନ। ଏହି ଦୁଇ ଅଲିମ୍ପିଆନ୍‌ ଚଳିତ ମାସ ୨୧ ତାରିଖରେ ବିବାହବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିସହ ମନ୍‌ଦୀପ ଓ ଉଦିତା ବିବାହ ପୂର୍ବ ଫଟୋ ସୁଟ୍‌ରେ ମଧ୍ୟ ବ୍ୟସ୍ତ ରହିଛନ୍ତି। ‌ହକିରେ ଅନେକ ସଫଳତା ପାଇଥିବା ଏହି ଦୁଇ ତାରକା ଏବେ ଜୀବନର ନୂଆ ଅଧ୍ୟାୟରେ ପାଦ ଦେବାକୁ ଯାଉଛନ୍ତି। 

୨୦୧୮ରେ ବେଙ୍ଗାଲୁରୁରେ ଜାତୀୟ ଶିବିର ଚାଲିଥିଲା ବେଳେ ହରିୟାଣା ହିସାରର ଉଦିତାଙ୍କ ସହ ମନ୍‌ଦୀପଙ୍କ ଭେଟ ହୋଇଥିଲା। ପ୍ରଥମେ ଉଭୟଙ୍କ ‌ମଧ୍ୟରେ ଖେଳ ଉପରେ ହିଁ ଚର୍ଚ୍ଚା ହେଉଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ବନ୍ଧୁତା ବଢ଼ିଥିଲା ବୋଲି ମନଦୀପଙ୍କ ଜଣେ ସମ୍ପର୍କୀୟ କହିଛନ୍ତି। ମନ୍‌ଦୀପ ୨୦୨୦ ଟୋକିଓ ଓ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ କାଂସ୍ୟ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିଲେ। ସଂପ୍ରତି ୩୦ ବର୍ଷୀୟ ମନ୍‌ଦୀପ ପଞ୍ଜାବ ପୁଲିସରେ ଡିଏସ୍‌ପି ଅଛନ୍ତି। ସେହିଭଳି ୨୭ ବର୍ଷୀୟା ଉଦିତା, ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ପାଇଥିବା ଭାରତୀୟ ଦଳର ସଦସ୍ୟା ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe