ମଙ୍ଗଳା କପ୍‌ କ୍ରିକେଟ୍‌ ଆରମ୍ଭ: ପରେଶଙ୍କ ଶତକ: ସେମିରେ ରାମେଶ୍ୱର

ମଙ୍ଗଳା କପ୍‌ କ୍ରିକେଟ୍‌ ଆରମ୍ଭ: ପରେଶଙ୍କ ଶତକ: ସେମିରେ ରାମେଶ୍ୱର

କାକଟପୁର: ଏଠାରେ ଚାଲିଥିବା ୨୯ତମ ରଜ୍ୟାସ୍ତରୀୟ ମଙ୍ଗଳା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସୋମବାର ଦୁଇ ଭୁବନେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ଏକ ମୁକାବିଲାରେ ରାମେଶ୍ୱର ସ୍ପୋର୍ଟିଂ ବିଜୟୀ ହୋଇଛି। ରଣଜୀ ତାରକା ପରେଶ ପଟେଲଙ୍କ ବିସ୍ଫୋରକ ଶତକ ବଳରେ ରାମେଶ୍ୱର ଦଳ ୬୧ ରନ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ରାମେଶ୍ୱର ନିର୍ଧାରିତ ୨୫ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୩୦ ରନ୍‌ କରିଥିଲା। ପାରାମାଉଣ୍ଟ୍‌ ବୋଲରଙ୍କୁ ନିସ୍ତୁକ ପିଟିଥିବା ପରେଶ ୫୫ ବଲ୍‌ରେ ୧୨୦ ରନ୍‌ କରିଥିଲେ। ତାଙ୍କ ଶତକୀୟ ପାଳିରେ ୭ ଛକା ଓ ୧୦ ଚୌକା ସାମିଲ ଥିଲା।

ପରେଶଙ୍କ ବ୍ୟତୀତ ସାର୍ଥକ ପ୍ରିୟଦର୍ଶୀ ୧୩ ବଲ୍‌ରୁ ଦ୍ରୁତ ୨୪ ରନ୍‌ର ଅବଦାନ ରଖିଥିଲେ। ପାରାମାଉଣ୍ଟ୍‌ ସ୍ପୋର୍ଟିଂର ସଫଳ ବୋଲର ଭାବେ ସାର୍ଥକ ମହାନ୍ତି ଓ ମ୍ରିନାଲ୍‌ ପରିଡ଼ା ୨ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ପାରାମାଉଣ୍ଟ୍‌ ୯ ଓ୍ଵିକେଟ୍‌ ବିନିମୟରେ ୧୭ ରନ୍‌ କରିପାରିଥିଲା। ଅଭୟ ମଲ୍ଲିକ ୪୮ ଓ ସୁମିତୋଷ ପ୍ରହରାଜ ୨୬ ରନ୍‌ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ଦୀପକ ମଙ୍ଗରାଜ ଓ ପରେଶ ପଟେଲ ପ୍ରତ୍ୟେକ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ପରେଶ ପଟେଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଉଦଘାଟନୀ ଉତ୍ସବରେ କାକଟପୁର ସରପଞ୍ଚ ସୌଦାମିନି ବରାଳ, ଶାରଳା ଯୁୁକ୍ତ ଦୁଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ନିେrର୍ଶକ ଚିତ୍ତରଂଜନ ପରିଡା, ଡ. ଆଶିଷ ମହାପାତ୍ର, କାକଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିପ୍ରକାଶ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe