କଟକ: ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ରେ ଚାଲିଥିବା ୨୦ତମ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତାର ଦଳଗତ ବିଭାଗ ବାଳକ ଇପିରେ ମଣିପୁର ଓ ବାଳିକା ସବରିରେ ତେଲେଙ୍ଗାନା ବିଜେତା ହୋଇଛନ୍ତି। ବାଳକ ଇପିରେ ଜେନିଥ ମେଇତେଇ, ଡୋନେଲ ସି˚ହ, ଥୋମ୍ବା ମେଇତେଇ, ପୁଖରାମ୍ବମ୍ ସି˚ହ ମଣିପୁରକୁ ପ୍ରତିନିଧିତ୍ବ କରୁଥିଲେ। ଏହି ବିଭାଗରେ ରାଜସ୍ଥାନ ଦ୍ବିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବାଳିକା ସବରିରେ କର୍ଣ୍ଣାଟକ ଦ୍ବିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ବିଜେତା ଦଳ ପାଇଁ ଜି ଶ୍ରୀଜା, ଜାଇବା, ବି ହର୍ଷିତା ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ବ୍ୟକ୍ତିଗତ ଇଭେଣ୍ଟରେ ବାଳିକା ଇପିରେ କର୍ଣ୍ଣାଟକର ସେଜଲ ଗୁଲିଆ, ବାଳକ ଇପିରେ ହରିଆଣାର ଚିରାଗ, ବାଳିକା ଫଏଲ୍ରେ ଦିଲ୍ଲୀର ଚର୍ଭି, ବାଳକ ଫଏଲରେ ହରିଆଣାର ସଚିନ, ବାଳିକା ସବରିରେ ତେଲେଙ୍ଗାନାର ଜି ଶ୍ରୀଜା, ବାଳକ ସବରିରେ ମଣିପୁରର ଟି ସତ୍ୟାନନ୍ଦ ପ୍ରଥମ ହୋଇଛନ୍ତି। ଦ୍ବିତୀୟ ଦିନରେ ଏଜ୍ ଫୋର୍ସ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ କର୍ଣ୍ଣେଲ ଏନ୍ ଶ୍ରୀରମେଶ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।
ଜାତୀୟ ଉପକନିଷ୍ଠ ଅସିଚାଳନା: ମଣିପୁର ବାଳକ, ତେଲେଙ୍ଗାନା ବାଳିକା ବିଜେତା
Advertisment
Follow Us