‘ଏଇଥିପାଇଁ ମନୀଷଙ୍କୁ ମିଳୁନି ଜାତୀୟ ସୁଯୋଗ’

Advertisment
‘ଏଇଥିପାଇଁ ମନୀଷଙ୍କୁ ମିଳୁନି ଜାତୀୟ ସୁଯୋଗ’

CricTracker.com

ମୁମ୍ବାଇ : ମନୀଷ ପାଣ୍ଡେ କାହିଁକି ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଉନାହାନ୍ତି ତାହାର କାରଣ ବତେଇଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା। ଚାପ ସମୟରେ ଖେଳିପାରୁନଥିବାରୁ ସେ ଭାରତୀୟ ଦଳରେ ସ୍ଥାନ ପାଇପାରୁନାହାନ୍ତି। ସେଥିପାଇଁ ତାଙ୍କ ସମୟରେ ଦଳକୁ ଆସିଥିବା କେତେକ ଖେଳାଳି ନିଜର ସ୍ଥାନ ସୁରକ୍ଷିତ କରିଥିବା ବେଳେ ମନୀଷ ଦଳରେ ସାମିଲ ହେବାକୁ ସଂଘର୍ଷ କରୁଛନ୍ତି।

ହାଇଦ୍ରାବାଦ-ବାଙ୍ଗାଲୋର ମ୍ୟାଚ୍‌ରେ ମନୀଷଙ୍କ ନୈରାଶ୍ୟଜନକ ବ୍ୟାଟିଂ ଦେଖି ନେହେରା ତାଙ୍କୁ ଏପରି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମନୀଷଙ୍କୁ ଚାପ ସମୟରେ କିପରି ଖେଳିବାକୁ ହୁଏ ତାହା ଶିଖିବାକୁ ହେବ। ବୁଧବାର ଖେଳାଯାଇଥିବା ହାଇଦ୍ରାବାଦ-ବାଙ୍ଗାଲୋର ଆଇପିଏଲ ମ୍ୟାଚ୍‌ରେ ବାଙ୍ଗାଲୋର ନାଟକୀୟ ଭାବେ ୬ ରନ୍‌ରେ ବିଜୟ ହାସଲ କରିଥିଲା। ହାଇଦ୍ରାବାଦ ଏହି ମ୍ୟାଚ୍‌ ଜିତିବ ବୋଲି ଏକରକମ ନିଶ୍ଚିତ ଜଣାପଡ଼ୁଥିବା ବେଳେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳ ପାଇଁ ପରାଜୟ ଆଣିଦେଇଥିଲା। ୧୭ତମ ଓଭରରେ ୩ଟି ଓ୍ବିକେଟ୍‌ ହରାଇବା ହାଇଦ୍ରାବାଦ ପରାଜୟର କାରଣ ବୋଲି କୁହାଯାଉଛି। ସାହାବାଜ ନଦିମଙ୍କ ଏହି ଓଭରରେ ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ ଓ ଅବଦୁଲ ସାମଦ ଆଉଟ ହୋଇଥିଲେ। ତେବେ ପରାଜୟ ପାଇଁ ମନୀଷଙ୍କୁ ବେଶି ଦାୟୀ କରାଯାଉଛି। କାରଣ ସେ ୩୮ଟି ବଲ୍‌ ଖେଳି ମଧ୍ୟ ଦଳକୁ ଜିତେଇ ପାରିନଥିଲେ। ନେହେରା କହିଛନ୍ତି ଯେ ମନୀଷ ପାଣ୍ଡେ ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିଲେ ବି ସେଦିନ ଏକ ଟେଲ-ଏଣ୍ଡର ବ୍ୟାଟ୍ସମ୍ୟାନ ପରି ଖେଳିଥିଲେ। ଚାପ ସମୟରେ ସେ ଖେଳିପାରୁନଥିବାରୁ ଏପରି ହୋଇଥିଲା। ଏହି କାରଣରୁ ହିଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁନାହିଁ। ଅନ୍ୟପକ୍ଷରେ ତାଙ୍କ ପରେ ଦଳକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ, ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଚାପ ସମୟରେ ଭଲ ଖେଳି ଦଳରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe