ଜାଡ଼େଜାଙ୍କ ଜର୍ସି ସହ ମଞ୍ଜରେକର୍‌

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ତଥା‌ ପ୍ରତିଷ୍ଠିତ ଭାଷ୍ୟକାର ସଞ୍ଜୟ ମଞ୍ଜରେକର୍ ଏବଂ ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ପରସ୍ପରକୁ ଆଡ଼ ଆଖିରେ ଦେଖନ୍ତିନି। ୬ବର୍ଷ ତଳେ ଅର୍ଥାତ୍ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ମସିହା....

aasxaaa

ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ତଥା‌ ପ୍ରତିଷ୍ଠିତ ଭାଷ୍ୟକାର ସଞ୍ଜୟ ମଞ୍ଜରେକର୍ ଏବଂ ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ପରସ୍ପରକୁ ଆଡ଼ ଆଖିରେ ଦେଖନ୍ତିନି। ୬ବର୍ଷ ତଳେ ଅର୍ଥାତ୍ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ମସିହା ଦିନିକିଆ ବିଶ୍ବକପ୍ ଅବସରରେ ଜାଡ଼େଜାଙ୍କୁ ମଞ୍ଜରେକର୍ କାମଚଳା କ୍ରିକେଟର୍ କହି ବିବାଦର ସୂତ୍ରପାତ କରିଥିଲେ। ଜାଡ଼େଜା ମଧ୍ୟ ତାଙ୍କୁ ଉଚିତ ଜବାବ ଦେଇଥିଲେ। କହିଥିଲେ, ତଥାପି ମୁଁ ତୁମଠାରୁ ଦୁଇଗୁଣ ମ୍ୟାଚ୍ ଖେଳିଛି ଏବଂ ଆଗକୁ ଆହୁରି ଅନେକ ମ୍ୟାଚ୍ ଖେଳିବି। ଅନ୍ୟ ସଫଳ ଲୋକଙ୍କୁ ସମ୍ମାନ କରିବା ଶିଖ।

ଏହା ପରେ ଉଭୟ ପରସ୍ପର ସହ କୌଣସି ସଂପର୍କ ରଖି ନଥିଲେ। ଏପରିକି ଏହି କାରଣରୁ ମଞ୍ଜରେକରଙ୍କୁ ବିସିସିଆଇ ଭାଷ୍ୟକାର ତାଲିକାରୁ ବାଦ୍ ଦେଇଥିଲା।  ଭୁଲ୍ ମାଗିଲା ପରେ ଯାଇ ପୁଣି ଥରେ ସେ ଏହି ତାଲିକାକୁ ଫେରିଥିଲେ। ଏହି ଘଟଣାର ବହୁଦିନ ପରେ ଜାଡ଼େଜାଙ୍କ ୮ ନମ୍ବର ଜର୍ସି ସହ ଫଟୋ ଉଠାଇ ଏହାକୁ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହୋଇଥିବାର ଆଶା ସଂଚାର ହୋଇଛି। ଜାଡ଼େଜାଙ୍କ ଜର୍ସି ସହ ମଞ୍ଜରେକର୍ ପକାଇଥିବ‌ା ଫଟୋଟିକୁ କିନ୍ତୁ କ୍ରିକେଟପ୍ରେମୀ ବେଶ୍ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe