ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ବିଜୟିନୀ ହୋଇଫେରିବା ପରେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଉଛି। ଏହି ସମୟରେ ମନୁଙ୍କ ବେକରେ ପଡ଼ିଥିବା ପଦକକୁ ନେଇ  କିଛିଲୋକ ଟ୍ରୋଲ କରି କହିଛନ୍ତି, ‘ଆପଣ ଯେଉଁଆଡେ ବି ଗଲେ ପଦକକୁ କାହିଁକି ସାଙ୍ଗ‌ରେ ନେଇ ଯାଉଛନ୍ତି। ଲୋକେ ଜାଣିଛନ୍ତି ଆପଣ ପ୍ୟାରିସ ଅଲିମ୍ପିକ୍ସରୁ ପଦକ ଜିତି ଆସିଛନ୍ତି।’

Advertisment

ଟ୍ରୋଲ କରୁଥିବା ଲୋକଙ୍କୁ ମନୁଭାକର ସେପ୍ଟେମ୍ବର ୨୫ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ ‘ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ମୁଁ ଯେଉଁ ଦୁଇଟି ପଦକ ଜିତିଛି ତାହା ଆପଣମାନେ ଭାବୁଛନ୍ତି କି ମୋର। ତାହା ମୋର ନୁହେଁ। ଜିତିଥିବା ପଦକ ହେଉଛି ମୋ ଦେଶ ଭାରତର। ଭାରତରକୁ ଏହି ପଦକ ଦେବା ପାଇଁ ମୁଁ ଦୀର୍ଘ ୮ବର୍ଷ ଖୁବ ପରିଶ୍ରମ କରିଛି। ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବି କି ମୋତେ କୌଣସି କାର୍ଯ୍ୟକ୍ରମକୁ ସାମିଲ ହେବାକୁ ନିମନ୍ତ୍ରଣ କରାଗଲେ ଆଗରୁ ପଦକ ନେଇ ଆସିବାକୁ କୁହାଯାଇଥାଏ। ଆଉ ମୁଁ ଗର୍ବର ସହ ମୋ ପଦକ ନେଇ କାର୍ଯ୍ୟକ୍ରମର ସାମିଲ ହୋଇଥାଏ।’

ଏହି କ୍ରମରେ ମନୁଙ୍କ କୋଚ ଜସପାଲ ରଣା ନିକଟରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି, ‘ମନୁ ସମସ୍ତ କାର୍ଯ୍ୟକ୍ରମକୁ ପଦକ ନେଇ ଯାଉଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ଲୋକେ ଏହାକୁ ନେଇ ଗର୍ବ କରିବା ବଦଳରେ ‌ଟ୍ରୋଲ କିପରି କରି ପାରୁଛନ୍ତି ତାହାକୁ ନେଇ ମୁଁ ଆଶ୍ଚର୍ଯ୍ୟ। କିନ୍ତୁ କିଛି କଥା ନାହଁ କିଛି ଲୋକଙ୍କ ପ୍ରକୃତି ହିଁ ସେମିତି ଥାଏ। ଏହି ଲୋକମାନଙ୍କୁ ମୁଁ ଜଣାଇ ଦେବାକୁ ଚାହିଁବି କି ମନୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଜିତିଥିବା ପଦକ ପାଇଁ ବହୁତ ପରିଶ୍ରମ କରିଛନ୍ତି। ତେଣୁ ତାଙ୍କ ସହିତ ସବୁବେଳେ ପଦକ ରହିଥିବା ହେଉଛି ତାଙ୍କ ଅଧିକାରୀ। ଏହାକୁ କେହି ଏଡାଇ ପାରିବେ ନାହିଁ। ମନୁଙ୍କ ଏହି ସଫଳତା ପାଇଁ ଲୋକେ ମୋତେ ଆଜି ଚିହ୍ନୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ‌ାକୁ ଡାକୁଛନ୍ତି।’

ଅଧିକପଢ଼ନ୍ତୁ: ବଲିଉଡରେ ଅଭିନୟକୁ ନେଇ ମନୁଙ୍କ ପ୍ରଥମ ପ୍ରତିକ୍ରିୟା