ରାଖୀରେ ଭାଇ ଠାରୁ ଏଭଳି ପାହୁଣା ପାଇଲେ ମନୁ

Advertisment
ରାଖୀରେ ଭାଇ ଠାରୁ ଏଭଳି ପାହୁଣା ପାଇଲେ ମନୁ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଲଗାତାର ଦୁଇଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଛନ୍ତି । ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି।

ଇତିହାସ ରଚିଥିବା ମନୁ ଭାକର ଦେଶକୁ ଫେରିବା ପରେ ଲୋକେ ତାଙ୍କର ଧୁମଧାମ‌ରେ ସ୍ବାଗତ କରିଥିଲେ। ଗତକାଲି ଅର୍ଥାତ ଅଗଷ୍ଟ ୧୯ ତାରିଖରେ ରାଖୀ ପୂର୍ଣ୍ଣିମାକୁ ଧୁମଧାମରେ ପାଳନ କରାଯାଇଛି। ଏହି କ୍ରମ‌ରେ ମନୁ ବି ତାଙ୍କ ଭାଇଙ୍କୁ ରାଖୀ ବାନ୍ଧିଥିବାର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ମନୁ ରାଖୀ ବାନ୍ଧିବା ପରେ ପାହୁଣା ବାବଦକୁ ଭାଇ ପ୍ୟାରିସ୍ ଅଲିମ୍ପିକ୍ସ ବିଜେତା ଭଉଣୀଙ୍କୁ ଏକ ଟଙ୍କିଆ ନୋଟ ଦେଇଥିଲେ। ଯାହାକୁ ପାଇ ମନୁ ବେଶ ଖୁସି ହୋଇଯାଇଥିଲେ। ତେବେ ଏହି ଏକ ଟଙ୍କିଆ ନୋଟର ସ୍ବତନ୍ତ୍ରତା ହେଉଛି ଏହା ଖୁବ ପୁରୁଣା ନୋଟ । ଯାହା ଏବେ ଦେଖିବାକୁ ମିଳୁନାହିଁ କି ବଜାରରେ ତାର ଆଉ ମୂଲ୍ୟ ନାହିଁ।  କିନ୍ତୁ ଭାଇ ଠାରୁ ଏହି ବିରଳ ଟଙ୍କିକିଆ ନୋଟ ରାଖୀରେ ପାଇବା ପରେ ମନୁ ଖୁବ ଖୁସି ହୋଇଯାଇଥିଲେ।

ମନୁଙ୍କ ପ୍ୟାରିସ ଅଲିମ୍ପିକ୍ସ ଖେଳ କଥା କହିଲେ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିଷ୍ଟଲ ମିକ୍ସ ଟିମ୍ ଇଭେଣ୍ଟରେ ବ୍ରୋଞ୍ଚ ମେଡାଲ ହାତେଇଥିଲେ। କୋରିଆ ଯୋଡ଼ିକୁ ୧୬-୧୦ ପଏଣ୍ଟରେ ହରାଇ ଦୁହେଁ ମେଡାଲ ହାତେଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe