ବଦଳାଯିବ ମନୁ ଭାକରଙ୍କ ରଙ୍ଗ ଫିକା ପଡ଼ିଯାଇଥିବା ପଦକ!

ମନୁ ଭାକର ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ପଦକ ଜିତି ପ୍ରଥମ ଭାରତୀୟ ଖେଳାଳି ଭାବେ ଇତିହାସ ରଚିଥିଲେ। ମନୁ ପାଇଥିବା ଏହି ଦୁଇଟି ପଦକ ବଦଳାଯିବା ନେଇ ଖବର ଚର୍ଚ୍ଚାରେ ରହିଛି।

yrtyt


ମନୁ ଭାକର ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ପଦକ ଜିତି ପ୍ରଥମ ଭାରତୀୟ ଖେଳାଳି ଭାବେ ଇତିହାସ ରଚିଥିଲେ। ମନୁ ପାଇଥିବା ଏହି ଦୁଇଟି ପଦକ ବଦଳାଯିବା ନେଇ ଖବର ଚର୍ଚ୍ଚାରେ ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଖବର ମିଳିଛି କି ମନୁ ପାଇଥିବା ପଦକଗୁଡ଼ିକର ରଙ୍ଗ ଫିକା ପଡ଼ି ତାହା ବହୁତ ଖରାପ ଅବସ୍ଥାରେ ଅଛି। ତେଣୁ ତାଙ୍କୁ ତାଙ୍କର ଦୁଇଟି କାଂସ୍ୟ ପଦକ ବଦଳରେ ନୂତନ ପଦକ ମିଳିବାର ସମ୍ଭାବନା ଅଛି।

ଗତ କିଛି ଦିନ ହେବ ବିଶ୍ୱର ଅନେକ ଖେଳାଳି ସେମାନଙ୍କର ପୁରୁଣା ପଦକର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଅବସ୍ଥା ଖରାପ ହୋଇଯାଇଥିବା ଦେଖିବାକୁ ମିଳୁଛି।

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) କହିଛି ଯେ କ୍ଷତିଗ୍ରସ୍ତ ପଦକଗୁଡ଼ିକୁ ମୋନାଇ ଡେ ପ୍ୟାରିସ୍ ଦ୍ୱାରା ଏକ ବ୍ୟବସ୍ଥିତ ଉପାୟରେ ବଦଳାଯିବ। ଖେଳାଳିମାନଙ୍କୁ ମିଳିବାକୁ ଥିବା ନୂତନ ପଦକ ପୁରୁଣା ପଦକ ସହିତ ସମାନ ରହିବ। 

ପ୍ୟାରିସ୍ ଅଲିମ୍ପିକ୍ସ ଆୟୋଜନ କମିଟି ମୋନାଇ ଡେ ପ୍ୟାରିସ୍ ସହିତ ମିଶି ସମସ୍ତ କ୍ଷତିଗ୍ରସ୍ତ ପଦକକୁ ବଦଳାଇବା ପାଇଁ କାମ କରୁଛି, କାରଣ ମୋନାଇ ଡେ ପ୍ୟାରିସ୍ ହିଁ ଏହି ପଦକଗୁଡ଼ିକୁ ନିର୍ମାଣ କରିଥିଲା। 

ଏହା ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ଦେଇ ସଂଗଠନ କହିଛି ଯେ ପଦକଗୁଡ଼ିକ ତ୍ରୁଟିପୂର୍ଣ୍ଣ ନୁହେଁ। କେବଳ ରଙ୍ଗ ଏବେ ଫିକା ପଡ଼ିଯାଇଛି।  ଏହି ପଦକଗୁଡ଼ିକୁ ବଦଳାଇବା କାମ ଅଗଷ୍ଟ ମାସରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe