ନୂଆଦିଲ୍ଲୀ: ଡାଇମଣ୍ଡ୍ ଲିଗ୍ ଫାଇନାଲ୍ରେ ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ମାତ୍ର ଏକ ସେଣ୍ଟିମିଟର ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସଙ୍କୁ ସହଜରେ ପଛରେ ପକାଇଥିଲେ ମଧ୍ୟ ଡାଇମଣ୍ଡ ଲିଗ୍ରେ ପଛୁଆ ରହିବାର କାରଣ ତାଙ୍କ ପାପୁଲିରେ ଲାଗିଥିବା ଆଘାତ ବୋଲି ସେ ଜଣାଇଥିଲେ।
ଏବିଷୟରେ ଜାଣିବା ପରେ ମନୁ କରିଥିବା ଏକ୍ସ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ନୀରଜଙ୍କ ମନୋବଳ ବଢ଼ାଇବା ସହ ମନୁ କହିଛନ୍ତି ଯେ, "୨୦୨୪ରେ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ନୀରଜ ଚୋପ୍ରା। ଆପଣଙ୍କ ଶୀଘ୍ର ପୁନରୁଦ୍ଧାର ଏବଂ ଆଗାମୀ ବର୍ଷରେ ଅଧିକ ସଫଳତା କାମନା କରୁଛି।"
ତେବେ ନିଜ ଆଘାତ ବିଷୟରେ ଜଣାଇ ଗତକାଲି ନୀରଜ ଲେଖିଥିଲେ ଯେ, ଗତ ସୋମବାର ଅଭ୍ୟାସ କରୁଥିଲା ବେଳେ ମୋ ବାମହାତ ପାପୁଲିରେ ଆଘାତ ଲାଗିଥିଲା। ଏକ୍ସ-ରେ’ରେ ପାପୁଲି ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ଏଥିଲାଗି ବହୁତ କଷ୍ଟ ବି ହୋଇଥିଲା। ତେବେ ମୋ ପ୍ରଶିକ୍ଷକ, ଟ୍ରେନର ଓ ଫିଜିଓଙ୍କ ସମର୍ଥନ, ଚିକିତ୍ସା ଓ ମାର୍ଗଦର୍ଶନ ପାଇଁ ଡାଇମଣ୍ଡ୍ ଲିଗ୍ରେ ଅଂଶଗ୍ରହଣ କରି ପାରିଲି। ସ୍ବର୍ଣ୍ଣ ପଦକ ସହ ଋତୁ ଶେଷ କରିବାକୁ ଚାହୁଥିଲେ ମଧ୍ୟ ଏହା ସମ୍ଭବ ହେଲାନି।
Follow Us