ନୀରଜଙ୍କ ସହ ବିବାହକୁ ନେଇ ମନୁ ଦେଲେ ପ୍ରତିକ୍ରିୟା

Advertisment
ନୀରଜଙ୍କ ସହ ବିବାହକୁ ନେଇ ମନୁ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମନୁ ଭାକରଙ୍କୁ ବିବାହ କରିବେ ନୀରଜ ଚୋପ୍ରା। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଶେଷ ସନ୍ଧ୍ୟାରେ ପିସ୍ତଲ ସୁଟର ମନୁ ଭାକର ଏବଂ ଭାରତର ଲୋକପ୍ରିୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସାଥିରେ ଦେଖିବା ପରେ ଆରମ୍ଭ ହୋଇଥିଲା ଏଭଳି ଚର୍ଚ୍ଚା। ନୀରଜ ଉଭୟ ମନୁ ଓ ତାଙ୍କ ସହ ହସି ହସି କଥା ହେଉଥିବା ବେଳେ ୩ଜଣ ପ୍ୟାରିସ୍ ଅଲିମ୍ପିକ୍ସର ଶେଷ ସନ୍ଧ୍ୟାକୁ ଉପଭୋଗ କରିଥିଲେ। ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାକୁ ନେଇ ମନୁଙ୍କ ବାପା ପ୍ରତିକ୍ରିୟା ରଖିସାରିଥିବା ବେଳେ ମନୁ ଭାକର ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, 'ମୋର ଏବଂ ନୀରଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନାହିଁ। ସେ ମୋଠାରୁ ବରିଷ୍ଠ ଖେଳାଳି। ତାଙ୍କ ପାଇଁ ମ‌ୋ ମନରେ ବହୁତ ସମ୍ମାନ ରହିଛି।'

ଏହା ପୂର୍ବରୁ ମନୁଙ୍କ ବାପା କହିଥିଲେ, “ମନୁ ଏବେ ବହୁତ ଛୋଟ ଅଛନ୍ତି। ତାଙ୍କର ବିବ‌ାହ କରିବାର ବୟସ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ଏ ବିଷୟରେ ଚିନ୍ତା କରୁନାହୁଁ।”

ଏହା ସହ ନୀରଜଙ୍କ ଦାଦା କହିଥିଲେ ଯେ, ନୀରଜ ପଦକ ଆଣିଲେ ଯେମିତି ସାରା ଦେଶବାସୀ ଜାଣନ୍ତି, ସେଭଳି ସେ ବିବାହ କଲେ ମଧ୍ୟ ସାରା ଦେଶବାସୀ ଜାଣିଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe