ଖେଳରତ୍ନ ପାଇଲେ ମନୁ, ଗୁକେଶ, ହର୍ମନପ୍ରୀତ, ପ୍ରବୀଣ

Advertisment

ଜାତୀୟ କ୍ରୀଡ଼ା ପୁରସ୍କାର ଶୁକ୍ରବାର ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି। ଯୁଗଳ ଅଲିମ୍ପିକ୍‌ ପଦକ ବିଜୟିନୀ ମନୁ ଭାକର ଓ ବିଶ୍ବ ଚେସ୍‌ ବିଜେତା ଡି ଗୁକେଶଙ୍କ ସହ ଅଲିମ୍ପିକ୍‌ ହକି କାଂସ୍ୟ ବିଜେତା ଦଳର ଅଧିନାୟକ ହର୍ମନପ୍ରୀତ...

ଜାତୀୟ କ୍ରୀଡ଼ା ପୁରସ୍କାର ଶୁକ୍ରବାର ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି। ଯୁଗଳ ଅଲିମ୍ପିକ୍‌ ପଦକ ବିଜୟିନୀ ମନୁ ଭାକର ଓ ବିଶ୍ବ ଚେସ୍‌ ବିଜେତା ଡି ଗୁକେଶଙ୍କ ସହ ଅଲିମ୍ପିକ୍‌ ହକି କାଂସ୍ୟ ବିଜେତା ଦଳର ଅଧିନାୟକ ହର୍ମନପ୍ରୀତ...

dadadd

Photograph: ( Mathrubhumi English)

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ଶୁକ୍ରବାର ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି। ଯୁଗଳ ଅଲିମ୍ପିକ୍‌ ପଦକ ବିଜୟିନୀ ମନୁ ଭାକର ଓ ବିଶ୍ବ ଚେସ୍‌ ବିଜେତା ଡି ଗୁକେଶଙ୍କ ସହ ଅଲିମ୍ପିକ୍‌ ହକି କାଂସ୍ୟ ବିଜେତା ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରବୀଣ କୁମାର ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାର ରାଷ୍ଟ୍ରପତିଙ୍କଠୁ ଗ୍ରହଣ କରିଛନ୍ତି। ଏମାନଙ୍କ ସହ ୩୨ ଜଣ ଅର୍ଜୁନ ପୁରସ୍କାର ପାଇଛନ୍ତି। ସୁଟର୍‌ ମନୁ ପ୍ରଥମ ଭାରତୀୟ ଭାବେ  ଗୋଟିଏ ଅଲିମ୍ପିକ୍‌ ସଂସ୍କରଣରେ ୨ (କାଂସ୍ୟ) ପଦକ ଜିତି‌ଥିଲେ। ସେହିଭଳି ହକି ଖେଳାଳି ହର୍ମନପ୍ରୀତ୍‌ ଲଗାତାର ଦ୍ବିତୀୟ ଥର ଅଲିମ୍ପିକ୍‌ କାଂସ୍ୟ ପଦକ ଜିତିବାର ଗୌରବ ପାଇଥିଲେ। ଅନ୍ୟପକ୍ଷରେ ୧୮ ବର୍ଷୀୟ ଗୁକେଶ ବିଶ୍ବ ଚେସ୍‌ ମୁକୁଟ ଜିତିବାରେ ସର୍ବକନିଷ୍ଠ ହୋଇଥିଲେ। ଏଥିସହ ସେ ଭାରତର ଐତିହାସିକ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ପାରା ହାଇଜମ୍ପର ପ୍ରବୀଣ ପ୍ୟାରିସ୍‌ ପାରାଲିମ୍ପିକ୍ସର ଟି-୬୪ ବର୍ଗରେ ବିଜେତା ହୋଇଥିଲେ। ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୨୦୨୪ ଲାଗି ଘୋଷିତ ଖେଳରତ୍ନ ବିଜେତାଙ୍କୁ ପଦକ ସହ ୨୫ ଲକ୍ଷ ଏବଂ ଅର୍ଜୁନ ବିଜେତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

କ୍ରୀଡ଼ା ପୁରସ୍କାର-୨୦୨୪ ବିଜେତା

ମେଜର ଧ୍ୟାନଚାନ୍ଦ ଖେଳରତ୍ନ: ଡି ଗୁକେଶ (ଚେସ୍‌), ହର୍ମନପ୍ରୀତ ସିଂହ (ହକି), ପ୍ରବୀଣ କୁମାର (ପାରାଆଥ୍‌ଲେଟ୍‌), ମନୁ ଭାକର (ସୁଟିଂ)। ଅର୍ଜୁନ ପୁରସ୍କାର: ଜ୍ୟୋତି ୟାରାଜୀ, ଅନୁ ରାଣୀ (ଆଥ୍‌ଲେଟ୍‌), ନୀତୁ, ସ୍ବିଟି (ବକ୍ସିଂ), ବନ୍ତିକା ଅଗ୍ରୱାଲ (ଚେସ୍‌), ସଲିମା ଟେଟେ, ଅଭିଷେକ, ସଂଜୟ, ଜର୍ମନପ୍ରୀତ ସିଂହ, ସୁଖଜିତ ସିଂହ (ହକି), ରାକେଶ କୁମାର (ପାରା ତୀରାନ୍ଦାଜି), ପ୍ରୀତି ପାଲ୍‌, ଜୀବନଜୀ ଦୀପ୍ତି, ଅଜିତ ସିଂହ, ସଚିନ ସାର୍ଜେରାଓ ଖିଲାରି, ଧରମବୀର, ପ୍ରଣବ ସୁରମା, ଏଚ୍‌ ହୋକାତୋ ସେମା, ସିମ୍ରନ, ନବଦୀପ, ତୁଳସୀମାଥି ମୁରୁଗେସନ (ପାରାଆଥ୍‌ଲେଟ୍‌), ନୀତେଶ କୁମାର, ନିତ୍ୟା ଶ୍ରେ ସୁମତି, ମନୀଷା ରାମ‌ଦାସ (ପାରା ବ୍ୟାଡ୍‌ମିଣ୍ଟନ), କପିଳ ପର୍‌ମାର (ପାରା ଜୁଡ଼ୋ), ମୋନା ଅଗ୍ରୱାଲ, ରୁବିନା ଫ୍ରାନ୍‌ସିସ୍‌, (ପାରା ସୁଟିଂ), ସ୍ବପ୍ନିଲ ସୁରେଶ କୁସାଲେ, ସରବଜୋତ ସିଂହ (ବଂଧୁକଚାଳନା), ଅଭୟ ସିଂହ (ସ୍କ୍ବାସ୍‌), ସାଜନ ପ୍ରକାଶ (ସନ୍ତରଣ), ଅମନ ସେରାୱତ (ରେସ୍‌ଲିଂ)। ଅର୍ଜୁନ ପୁରସ୍କାର (ଆଜୀବନ ସେବା): ସୁଚା ସିଂହ (ଆଥ୍‌ଲେଟିକ୍‌), ମୁରଲୀକାନ୍ତ ରାଜାରାମ ପେଟକର (ପାରା ସ୍ବିମିଂ)। ଦ୍ରୋଣାଚାର୍ଯ୍ୟ: ସୁଭାଷ ରାଣା (ପାରା ସୁଟିଂ), ଦୀପାଳି ଦେଶପାଣ୍ଡେ (ସୁଟିଂ), ସନ୍ଦୀପ ସାଙ୍ଗୱାନ (ହକି)। ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ ଟାଇମ୍‌): ଏସ୍‌ ମୁରଲୀଧରନ (ବ୍ୟାଡ୍‌ମିଣ୍ଟନ), ଅର୍ମାଣ୍ଡୋ ଆଗ୍‌ନେଲୋ କୋଲୋକୋ (ଫୁଟ୍‌ବଲ୍‌)। ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଫିଜିକାଲ୍‌ ଏଜୁକେସନ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ। ମୌଲାନା ଅବଦୁଲ କଲାମ ଆଜାଦ (ମାକା) ଟ୍ରଫି: ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ (ବିଜେତା), ଲଭ୍‌ଲି ପ୍ରଫେସ୍‌ନାଲ୍‌ ବିଶ୍ବବିଦ୍ୟାଳୟ (ପ୍ରଥମ ରନର୍ସଅପ୍‌), ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ (ଦ୍ବିତୀୟ ରନର୍ସଅପ୍‌)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe