ମନୁଙ୍କୁ ପ୍ରେସିଡେଣ୍ଟ୍ସ କପ୍‌ ସ୍ବର୍ଣ୍ଣ

Advertisment
ମନୁଙ୍କୁ ପ୍ରେସିଡେଣ୍ଟ୍ସ କପ୍‌ ସ୍ବର୍ଣ୍ଣ

ରୋକ୍‌ଲୋ (‌ପୋଲାଣ୍ଡ): ଭାରତୀୟ ମହିଳା ପିସ୍ତଲ ସୁଟର ମନୁ ଭାକର ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ପ୍ରେସିଡେଣ୍ଟ୍‌ସ କପ୍‌ ରାଇଫଲ/ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତରେ ଅଲିମ୍ପିକ୍‌ ବିଜେତା ଇରାନର ଜାଭେଦ୍‌ ଫୋରୋଗିଙ୍କୁ ସାଥୀ କରି ମନୁ ଏହି ପଦକ ଜିତିଥିଲେ। ଶନିବାର ଫାଇନାଲ୍‌ରେ ଏହି ଭାରତ ଓ ଇରାନ ଯୋଡ଼ି ୧୬-୮ରେ ଫ୍ରାନ୍ସ ଓ ରୁଷିଆ ଯୋଡ଼ି ମାଥିଲଡେ ଲାମୋଲେ ଓ ଅର୍ତେମ ଚେର୍‌ନୌସଭଙ୍କୁ ମାତ୍‌ ଦେଇଥିଲେ। କ୍ବାଲିଫିକେସନ୍‌ରେ ମନୁ ଓ ଜାଭେଦ ଏକାଠି ୫୮୨/୬୦୦ ସ୍କୋର୍‌ ସହ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ୪ ଯୋଡ଼ିଙ୍କ ମଧ୍ୟରେ ଏମାନେ ଶୀର୍ଷରେ ରହି ଫାଇନ‌ାଲ୍‌ରେ ପହଞ୍ଚିଥିଲେ। ଲାମୋଲେ ଓ ଆର୍ତେମ ଦ୍ବିତୀୟ ସେମିଫାଇନାଲ୍‌ରୁ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଭିଷେକ ବର୍ମା ଓ ତାଙ୍କ ୟୁକ୍ରେନ ସାଥୀ ଓଲେନା କୋସ୍ତେଭିଚ୍‌ ଏବଂ ସୌରଭ ଚୌଧୁରୀ ଓ ତାଙ୍କ ସ୍ବିଜରଲାଣ୍ଡ ସାଥୀ ହେଇଦି ଗର୍ବର ଡାଇଥେଲେମ ସେମିଫାଇନାଲ୍‌ରେ ଯଥାକ୍ରମେ ଷଷ୍ଠ ଓ ସପ୍ତମରେ ରହି ବିଦାୟ ନେଇଥିଲେ। ସେହିପରି ଚତୁର୍ଥ ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଯଶସ୍ବିନୀ ଦେଶସ୍ବାଲ ୧୨ ଦଳ ମଧ୍ୟରେ ଦଶମରେ ରହି ବିଦା ହୋଇଥିଲେ। ଯଶସ୍ବିନୀ ସ୍ଲୋଭାକିଆ‌ର ଜୁରାଜ ତୁଜିନସ୍କାଏଙ୍କୁ ସାଥୀ କରି ମଇଦାନକୁ ଓହ୍ଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe