୬୦ ବର୍ଷରେ ମାରାଡୋନା

Advertisment
୬୦ ବର୍ଷରେ ମାରାଡୋନା

ବୁଏନସ ଏୟାର୍ସ : ଆର୍ଜେଣ୍ଟିନା ଫୁଟ୍‌ବଲ୍‌ କିଂବଦନ୍ତି ଡିଏଗୋ ମାରାଡୋନା ଶୁକ୍ରବାର ୬୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୧୯୬୦ ମସିହା ଅକ୍ଟୋବର ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ୍‌ ଫୁଟ୍‌ବଲର୍‌ ଚଳିତ ବର୍ଷ କରୋନା ଯୋଗୁଁ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିଛନ୍ତି। ଏହି ଜନ୍ମ ଦିନ ଅବସରରେ ଫିଫା ସହ ଅନେକ ଫୁଟ୍‌ବଲ୍‌ପ୍ରେମୀ, ‌ପୂର୍ବତନ ଓ ଏବର କ୍ରୀଡ଼ାବିତ ଏବଂ ତାଙ୍କ ପୂର୍ବତନ କ୍ଲବ୍‌ ମାରୋଡୋନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫିଫା ନିଜ ଟ୍ବିଟର୍‌ ପୃ‌ଷ୍ଠାରେ ମାରାଡୋନାଙ୍କ ବିଶ୍ବକପ୍‌ ବେଳର ଏକ ପ୍ରସିଦ୍ଧ ଗୋଲ୍‌ର ଭିଡିଓ ପୋଷ୍ଟ କରିଥିଲା। ଏହି ଗୋଲ୍‌ଟି ମାରୋଡୋନା ୧୯୮୬ ଫିଫା ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ କରିଥିଲେ। ଯାହା ‘ହ୍ୟାଣ୍ଡ୍‌ ଅଫ୍‌ ଗୋଲ୍‌’ ନାମରେ ପରିଚିତ। ଏହି ମ୍ୟାଚ୍‌କୁ ଆର୍ଜେଣ୍ଟିନା ଜିତି ସେମିଫାଇନାଲ୍‌ରେ ପହଞ୍ଚିଥିଲା। ୨୫ ବର୍ଷୀୟ ମା‌ରାଡୋନାଙ୍କ ନେତୃତ୍ବରେ ‌ଖେଳୁଥିବା ଆର୍ଜେଣ୍ଟିନା ସେହିବର୍ଷ ବିଶ୍ବକପ୍‌ ମଧ୍ୟ ଜିତିଥିଲା। ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଓ ଫରୱାର୍ଡ ଖେଳାଳି ମାରାଡୋନାଙ୍କ ନିକଟରେ ଉନ୍ନତ କୌଶଳ ସାଙ୍ଗକୁ ଡ୍ରିବଲ ଦକ୍ଷତା ଉଚ୍ଚସ୍ତରୀୟ ରହିଥିଲା। ମାରାଡୋନା ଆର୍ଜେଣ୍ଟିନା ପକ୍ଷରୁ ୪ ବିଶ୍ବକପ୍‌ରେ ୨୧ ମ୍ୟାଚ୍‌ ଖେଳି ୮ ଗୋଲ୍‌ କରିବା ସହ ୮ଟିରେ ସହୟତା କରିଥିଲେ। ସେ ୯୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳି ୩୪ ଗୋଲ୍‌ କରିଥିଲେ। କ୍ଲବ୍‌ ଫୁଟ୍‌ବଲ୍‌ରେ ମାରାଡୋନା ଆର୍ଜେଣ୍ଟିନାର ବୋକା ଜୁନିୟର୍ସ, ସ୍ପେନ୍‌ର ବାର୍ସିଲୋନା ଓ ସେଭିଲା ଏବଂ ଇଟାଲିର ନାପୋଲି ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ସେ ୧୯୮୭ ଓ ୧୯୯୦ରେ ଇଟାଲିଆନ୍‌ ସିରିଜ୍‌ ଏ ମୁକୁଟ କରାୟତ୍ତ କରିଥିଲା ବେଳେ ନିଜର ପ୍ରିୟ କ୍ଲବ୍‌ ନାପୋଲିକୁ ୧୯୮୯ରେ ୟୁଫା କପ୍‌ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe