ମହାନ ମାରାଡୋନା ଭାରତର ଫୁଟ୍ବଲ୍ ରାଜଧାନୀ କୋଲକାତାକୁ ଦୁଇ ଥର ଗସ୍ତ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଥମ ଥର ପାଇଁ ୨୦୦୮ରେ କୋଲକାତା ଆସିଥିଲେ ସେ। ଏହି ଗସ୍ତରେ ଦୁଇ ଦିନ ଭାରତରେ କଟାଇଥିଲେ। ପୁନର୍ବାର ୨୦୧୭ରେ ସେହି କୋଲକାତା ଆସିଥିଲେ ମାରାଡୋନା। ସେଥର ତିନି ଦିନ ଭାରତର ଆତିଥେୟତା ଗ୍ରହଣ କରିଥିଲେ ଏହି କିଂବଦନ୍ତି କ୍ରୀଡ଼ା ତାରକା। ୨୦୦୮ ଡିସେମ୍ବର ୫ ମଧ୍ୟରାତ୍ରରେ କୋଲକାତା ପହଞ୍ଚିବା ପରେ ତାଙ୍କୁ ଅପେକ୍ଷାରତ ୧୫୦୦୦ ଫୁଟବଲ୍ ପ୍ରେମୀ ଭବ୍ୟ ସ୍ବାଗତ ସମ୍ବର୍ଧନା ଦେଇଥିଲେ। ଏହି ଗସ୍ତରେ ଦକ୍ଷିଣ କୋଲକାତାଠାରୁ ୧୩ କିଲୋମିଟର ଦୂରରେ ଥିବା ମହେଶତାଲାଠାରେ ଇଣ୍ଡିଆନ୍ ଫୁଟବଲ୍ ସ୍କୁଲର ଉଦ୍ଘାଟନ କରିଥିଲେ ମାରାଡୋନା। ଏହା ପରେ ମୋହନ ବାଗାନ ଫୁଟବଲ୍ କ୍ଲବ୍ ଯାଇ ସେଠାରେ କିଛି କନିଷ୍ଠ ଖେଳାଳିଙ୍କ ଏକ ୧୦ ମିନିଟ୍ ବିଶିଷ୍ଟ ପ୍ରଦର୍ଶନୀ ମ୍ୟାଚ୍ ଖେଳିଥିଲେ। ସେ ମଧ୍ୟ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ସାକ୍ଷାତ କରିଥିଲେ। ନିଜ ପରବର୍ତ୍ତୀ ତଥା ଶେଷ ଭାରତ ଗସ୍ତରେ ମାରାଡୋନା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳି ସମସ୍ତଙ୍କ ମନ ମୋହି ନେଇଥିଲେ। ଏହି ଗସ୍ତରେ ମାରାଡୋନା ମଧ୍ୟ ତାଙ୍କର ଏକ ୧୨ ଫୁଟର କାଂସ୍ୟ ମୂର୍ତ୍ତି ଅନାବରଣ ଉତ୍ସବରେ ଯୋଗ ଦେଇଥିଲେ। ୧୧ ଜଣ କର୍କଟ ରୋଗୀଙ୍କୁ ଆର୍ଥିକ ସହାୟତା ବି ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us