ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ଭାରତୀୟ କ୍ରିକେଟର ଋତୁରାଜ ଗାଏକ୍ବାଡ

Advertisment
ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ଭାରତୀୟ କ୍ରିକେଟର ଋତୁରାଜ ଗାଏକ୍ବାଡ

ନୂଆଦିଲ୍ଲୀ: ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଆଉ ଜଣେ କ୍ରିକେଟର। ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କ୍ରିକେଟର ଋତୁରାଜ ଗାଏକ୍ବାଡଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ‌ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ଡେଟ କରୁଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ କ୍ରିକେଟର ଋତୁରାଜ ଗାଏକ୍ବାଡ ଏବଂ ମରାଠୀ ଅଭିନେତ୍ରୀ ସାୟଲି ସଞ୍ଜୀବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ସାୟଲିଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଋତୁରାଜ ଦେଇଥିବା ଏକ କମେଣ୍ଟରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା।

Ruturaj Gaikwad quashes rumors of relationship with Sayali Sanjeev - FeatureCricket featurecricket

ତେବେ  ଏହି ଚର୍ଚ୍ଚାକୁ ନେଇ ‌ଏବେ ପ୍ରତିକ୍ରିୟା ରଖିଛନ୍ତି ସାୟଲୀ। ସେ ଏଭଳି ଚର୍ଚ୍ଚାକୁ ମିଛ ବୋଲି କହି ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି 'ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନାହିଁ। ଏହି ଗୁଜବ ହେତୁ ଆମର ବନ୍ଧୁତା ମଧ୍ୟ ପ୍ରଭାବିତ ହେଲା। ଆମ ଭିତରେ କିଛି ନଥିଲା। ଆମ ଦୁହିଁଙ୍କ ନାଁକୁ କାହିଁକି ଯୋଡା ଯାଉଛି ମୁଁ ଜାଣିପାରୁ ନାହିଁ। ଗୁଜବ ହେତୁ ମୋର ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଉପୁଜିଥିଲା। ମିଛ ଖବର ପ୍ରଚାର କରୁଥିବା ଲୋକ ଏହି କଥା ବୁଝନ୍ତି ନାହିଁ। ଏହି ଜିନିଷଗୁଡ଼ିକ ଆମକୁ ପ୍ରଭାବିତ କରେ। ଦେଢ଼ ବର୍ଷ ପୂର୍ବେ ସେ ମୋ ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରିବା ପ‌ରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଥମେ ଆମେ ଅଣଦେଖା କରିଥିଲୁ। ହେଲେ ଦେଢ଼ ବର୍ଷ ପରେ ପୁଣି ସେ କଥା ଉଠିବାରୁ ମୋତେ ମୁହଁ ଖାଲିବାକୁ ପଡ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe