Advertisment

Cricket: ଇଡେନ୍‌ ଗାର୍ଡେନ୍ସରେ ଦର୍ଶକଙ୍କୁ ମନୋରଂଜନ କଲା ଜାନସେନ୍‌ଙ୍କ ଧମାକା

Advertisment

ଇଡେନ୍‌ ଗାର୍ଡେନ୍ସରେ ବୁଧବାର ମାର୍କୋ ଜାନସେନ୍‌ଙ୍କ ଧମାକା ଦେଖିବାକୁ ମିଳିଛି। ତାଙ୍କ ୩୦ ବଲ୍‌ ଅର୍ଦ୍ଧଶତକ ବଳରେ ଏକଦା ଘୋର ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୭୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଇଡେନ୍‌ ଗାର୍ଡେନ୍ସରେ ବୁଧବାର ମାର୍କୋ ଜାନସେନ୍‌ଙ୍କ ଧମାକା ଦେଖିବାକୁ ମିଳିଛି। ତାଙ୍କ ୩୦ ବଲ୍‌ ଅର୍ଦ୍ଧଶତକ ବଳରେ ଏକଦା ଘୋର ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୭୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି।

WhatsApp Image 2026-03-04 at 21.25.48

କୋଲକାତା (ଇଡେନ୍‌ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ): ଇଡେନ୍‌ ଗାର୍ଡେନ୍ସରେ ବୁଧବାର ମାର୍କୋ ଜାନସେନ୍‌ଙ୍କ ଧମାକା ଦେଖିବାକୁ ମିଳିଛି। ତାଙ୍କ ୩୦ ବଲ୍‌ ଅର୍ଦ୍ଧଶତକ ବଳରେ ଏକଦା ଘୋର ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୭୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜାନସେନ ତାଙ୍କ ସ୍ମରଣୀୟ ପାଳି‌ରେ ପାଞ୍ଚଟି ବିଶାଳ ଛକା ମାରି ଇଡେନ୍‌ ଦର୍ଶକଙ୍କର କିଛିଟା ମନୋରଞ୍ଜନ କରିଥି‌ଲେ।

ବୁଧବାରର ଏହି ବଡ଼ ଲଢ଼େଇରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଦୁଇ ଓଭରରେ ଦୁଇଟି ୱିକେଟ୍‌ ନେଇ ଚାପ ସୃଷ୍ଟି କରିବାକୁ ବି ସକ୍ଷମ ହୋଇଥିଲା। ବିପଜ୍ଜନକ କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ପାଳିକୁ ୧୦ ଏବଂ ରିୟାନ ରିକେଲଟନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ଅଟକାଇ ପ୍ରଭାବୀ ଢଙ୍ଗରେ ନିଜ ନିଷ୍ପତ୍ତିର ସମ୍ମାନ ରଖିଥିଲା। ଡି’କକ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ମାରିବା ପରେ ଅଫ୍‌ ଷ୍ଟମ୍ପରେ ଥିବା ଦ୍ବିତୀୟ ଓଭରର ଚତୁର୍ଥ ବଲ୍‌କୁ ପୁଲ୍‌ କରିବାକୁ ଯାଇ ଫର୍ଗୁସନଙ୍କ ହାତରେ ଧରାପଡ଼ି ଯାଇଥିଲେ। ସେହିଭଳି ୮୯ କିଲୋମିଟର ବେଗରେ ଆସିଥିବା ସର୍ଟ ଓ ୱାଇଡ୍‌ ପଲ୍‌ରୁ ସର୍ଟ ଥାର୍ଡମ୍ୟାନ୍‌ ଅଞ୍ଚଳକୁ ସ୍ଲାଇସ୍‌ କରିବାକୁ ଯାଇ ଫିନ୍‌ ଆଲେନଙ୍କ ହାତକୁ କ୍ୟାଚ୍‌ ଦେଇଥିଲେ ରିକେଲଟନ୍‌। ଉଭୟଙ୍କୁ ନିଜ ପ୍ରଥମ ଓଭରର ଲଗାତାର ବଲ୍‌ରେ ଆଉଟ୍‌ କରି କୋଲ୍‌ ମ୍ୟାକଞ୍ଚି ନ୍ୟୁଜିଲାଣ୍ଡର ଅପ୍ରତ୍ୟାଶିତ ନାୟକ ଭାବେ ଉଭା ହୋଇଥିଲେ। ୧୨ ରନ୍‌ରେ ୨ ୱିକେଟ୍‌ ହରାଇ ସଂଘର୍ଷ କରୁଥିଲା ବେଳେ ଅଧିନାୟକ ଐଦେନ ମାର୍କରାମ ଓ ଡିୱାଲ୍‌ଡ ବ୍ରେଭିସ୍‌ ଦକ୍ଷିଣ ଆଫ୍ରିକାର ପାଳି ସଜାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଉଭୟ ଧୈର୍ଯ୍ୟ ଓ ସାହସର ସହ ଖେଳି ଧୀରେଧୀରେ ଦକ୍ଷିଣ ଆଫ୍ରିକା ପାଳିକୁ ଆଗେଇ ନେବାକୁ ପ୍ରୟାସ କରିଥିଲେ।

ଆହୁରି ପଢ଼ନ୍ତୁ: Cricket: ନ୍ୟୁଜିଲାଣ୍ଡ ଆଗରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା, ଜାନସେନଙ୍କ ଅର୍ଦ୍ଧଶତକ

ତେବେ ଅଷ୍ଟମ ଓଭରରେ ରାଚିନ ରବୀନ୍ଦ୍ର ମାର୍କରାମଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ଏକ ଲକ୍ଷ୍ୟଭେଦୀ ବଲ୍‌ରେ ମାର୍କରାମଙ୍କୁ ଭୁଲ୍‌ କରିବାକୁ ବାଧ୍ୟ କରିଥିଲେ। ଅସ୍ପଷ୍ଟ କ୍ୟାଚ୍‌ରେ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ୍‌ ଘୋଷଣା କରିବା ପରେ ମୁଣ୍ଡ ହଲାଇହଲାଇ ଅସନ୍ତୋଷ ଭରା ଚାଲିରେ କ୍ରିଜ୍‌ ଛାଡ଼ିବାକୁ ବାଧ୍ୟ ‌ହୋଇଥିଲେ ସେ। ମିଲର ବି ତାଙ୍କ କିଲର ରୁପ ଦେଖାଇ ପାରି ନଥିଲେ। ଛକା ମାରିବାର ପରବର୍ତ୍ତୀ ବଲ୍‌ରେ ଏକ ଆକାଶମଲ୍ଲୀ କ୍ୟାଚ୍‌ ଦେଇ ସେ ନିଜ ଦଳକୁ ନିରାଶ କରିଥିଲେ। ଅଧା ପାଳି ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ମାତ୍ର ୭୪ ରନ୍‌ କରିଥିଲା। ଭଲ ବ୍ୟାଟିଂ କରୁଥିବା ବ୍ରେଭିସ ହଠାତ୍ ଏକାଗ୍ରତା ହରାଇ ପରବର୍ତ୍ତୀ ଓଭରରେ ହିଁ ଜେମ୍ସ ନୀସାମଙ୍କ ଶିକାର ହୋଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବା ପରେ ମାର୍କୋ ଜାନସେନ ଓ ତ୍ରିସ୍ତନ ଷ୍ଟବ୍‌ସଙ୍କ ୭୩ ରନ୍‌ର ଷଷ୍ଠ ୱିକେଟ୍‌ ଭାଗୀଦାର ବଳରେ ଦକ୍ଷିଣ ଆଫ୍ରିକା ବହୁ କଷ୍ଟରେ ଦେଢ଼ ଶହ ରନ୍‌ ପାର ‌ହୋଇଥିଲା। ତେବେ ଜାନସେନଙ୍କ ବଲ୍‌ ଅର୍ଦ୍ଧଶତକ ବଳରେ ୧୬୯/୮ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ନେଇଥିଲା। ସେଥିପାଇଁ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ଆସିଥିବା ୫୦,୦୦୦ରୁ ଅଧିକ ଇଡେନ୍‌ ଦର୍ଶକ ସାମାନ୍ୟ ନିରାଶ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ୨୦ ଓଭରରେ-୧୬୯/୮ ମୋର୍କୋ ଜାନସେନ୍‌ ୫୫*, ଡିୱାଲ୍‌ଡ ବ୍ରେଭିସ୍ ୩୪, କ୍ରିସ୍ତନ ଷ୍ଟବ୍‌ସ ୨୯, କୋଲ ମ୍ୟାକଞ୍ଚି ୨/୯, ରାଚିନ ରବୀନ୍ଦ୍ର ୨/୨୯, ମ୍ୟାଟ୍‌ ହେନରି ୨/୩୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe