କର୍କଟ ଆଗରେ ହାର୍‌ ମାନିଲେ ମାରିଆ

Advertisment
କର୍କଟ ଆଗରେ ହାର୍‌ ମାନିଲେ ମାରିଆ

ସାଓ ପାଓଲୋ: ଗ୍ରାଣ୍ଡ୍‌ ସ୍ଲାମ୍‌ରେ ନିଜର ଦମ୍‌ ଜରିଆରେ ଅନେକ ଖେଳାଳିଙ୍କୁ ପରାସ୍ତ କରି ଗୋଟିକ ପରେ ଗୋଟିଏ ଟ୍ରଫି ହାସଲ କରିଥିବା ବ୍ରାଜିଲ୍‌ର ମହାନ୍‌ ଟେନିସ୍‌ ମହିଳା ଖେଳାଳି ମାରିଆ ବୁଏନୋ ଶେଷରେ କର୍କଟ ରୋଗ ନିକଟରେ ହାର୍‌ ମାନିଛନ୍ତି। ମୁଖ କର୍କଟ ରୋଗରେ ପୀଡ଼ିତ ମାରିଆ ବହୁ ସଂଘର୍ଷ କରିବା ପରେ ୭୮ ବର୍ଷ ବୟସ୍କରେ ପରଲୋକ ଗମନ କରିଛନ୍ତି। ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ବିବୃତି ଦିଆଯାଇଥିଲେ ମଧ୍ୟ ଅଧିକ କିଛି ସୂଚନା ଦିଆଯାଇନଥିବା ମାରିଆଙ୍କ ପରିବାର ପକ୍ଷରୁ କୁହାଯାଇଛି। ମାରିଆ ତାଙ୍କ ଟେନିସ୍‌ ଜୀବନ କାଳ ମଧ୍ୟରେ ମୋଟ ୧୯ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି କରାୟତ କରିଥିଲେ। ସେଥିରେ ୭ ଏକକ ଓ ୧୧ ଯୁଗଳ ସାଙ୍ଗକୁ ଗୋଟିଏ ମିଶ୍ରିତ ଯୁଗଳ ଟ୍ରଫି ସାମିଲ ଥିଲା। ୧୯୫୯ରୁ ୧୯୬୬ ମସିହା ମଧ୍ୟରେ ଟେନିସ୍‌ ଜଗତରେ ମାରିଆଙ୍କ ରାଜ୍‌ ଚାଲିଥିଲା। ଟେନିସ୍‌ କୋର୍ଟରେ ତାଙ୍କର ଭିନ୍ନ ଶୈଳୀ ପାଇଁ ତାଙ୍କୁ ଶ୍ରଦ୍ଧାରେ ‘ଦି ଟେନିସ୍‌ ବାଲେରିନା’ ନାମରେ ଡକା ଯାଉଥିଲା। ୧୯୫୦ରୁ ୧୯୬୦ ଦଶକ ଭଧ୍ୟରେ ସେ ତିନିଥର ଓ୍ଵିମ୍ବିଲଡନ୍‌ ଏକକ ଓ ୪ ଥର ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିଲେ। ସେ ମଧ୍ୟ ଉଭୟ ଅଷ୍ଟ୍ରେଲିଆନ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ ଏକକ ଫାଇନାଲ୍‌ରେ ପହଞ୍ଚି ଉପବିଜୟିନୀ ହୋଇଥିଲେ। ପେସାଦାର ଟେନିସ୍‌ ଯୁଗ ପୂର୍ବରୁ ମାରିଆ ତାଙ୍କ ଜୀବନର ଅଧିକାଂଶ ସମୟ କୋର୍ଟରେ ବିତାଉଥିଲା ବେଳେ ଜଣେ ଶୀର୍ଷ ମାନ୍ୟତା ଖେଳାଳି ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ ସାରା ବ୍ରାଜିଲ ସମେତ ବିଶ୍ୱ ଟେନିସ୍‌ ଦୁନିଆରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe