ଇତିହାସ ରଚିଲେ ମାର୍ତା

Advertisment
ଇତିହାସ ରଚିଲେ ମାର୍ତା

ପ୍ୟାରିସ୍‌: ଚଳିତ ଫିଫା ମହିଳା ବିଶ୍ବକପ୍‌ରେ ବ୍ରାଜିଲ ତାରକା ମାର୍ତା ଇତିହାସ ରଚିଛନ୍ତି। ଇଟାଲି ବିପକ୍ଷ ମ୍ୟାଚ୍‌ରେ ସ୍କୋର୍ କରିବା ପରେ ମାର୍ତାଙ୍କ ମୋଟ୍‌ ବିଶ୍ବକପ୍‌ ଗୋଲ୍ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି। ଯାହାକି ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଗୋଲ୍‌ର କୀର୍ତ୍ତିମାନ ହୋଇଛି। ସେ ୫ ବିଶ୍ବକପ୍‌ ଖେଳି ଏହି ଗୋଲ୍‌ ଅର୍ଜନ କରିଛନ୍ତି। ପୂର୍ବରୁ ଜର୍ମାନି ପୁରୁଷ ଦଳର ମିରୋସ୍ଲାଭ କ୍ଲୋଜା (୧୬)ଙ୍କ ନାମରେ ଏହି କୀର୍ତ୍ତିମାନ ଥିଲା।
ବ୍ରାଜିଲ୍‌ ବୁଧବାର ଅଧିନାୟିକା ମାର୍ତା (୭୪ ମିନିଟ୍‌)ଙ୍କ ଗୋଲ୍‌ ‌ବଳରେ ୧-୦ରେ ଇଟାଲିକୁ ପରାସ୍ତ କରିଥିଲା। ଏହି ବିଜୟ ସହ ବ୍ରାଜିଲ୍‌ ଗ୍ରୁପ୍-ସି’ରେ ଇଟାଲି, ଅଷ୍ଟ୍ରେଲିଆ ପଛକୁ ତୃତୀୟ ସ୍ଥାନରେ ରହି ନକ୍‌ଆଉଟ୍‌ ସ୍ଥାନ ପକ୍କା କରିଥିଲା। ମଙ୍ଗଳବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଦ୍ବିତୀୟାର୍ଧରେ ଦେବିନାଙ୍କୁ ଇଟାଲିର ଏଲିନା ଲିନାରି ଫାଉଲ୍‌ ମାରିବାରୁ ବ୍ରାଜିଲକୁ ପେନାଲ୍ଟି ମିଳିଥିଲା। ଯାହାକୁ ମାର୍ତା ଗୋଲ୍‌ରେ ପରିଣିତ କରି ଦଳକୁ ବିଜୟ ଦେବା ସହ ବ୍ୟକ୍ତିଭାବେ ସର୍ବାଧିକ ଗୋଲ୍‌ କରିବାର ଗୌରବ ଅର୍ଜନ କରିଥିଲେ। ମଙ୍ଗଳବାର ଅନ୍ୟମ୍ୟାଚ୍‌ ଗୁଡ଼ିକରେ ଅଷ୍ଟ୍ରେଲିଆ ୪-୧‌ ଗୋଲ୍‌ରେ ଜାମାଇକାକୁ ହରାଇଥିଲା। ଏହି ବିଜୟ ଫଳରେ ୩ରୁ ୨ ବିଜୟ ସହ ଗ୍ରୁପ୍-ସିର ଶୀର୍ଷ ଦଳ ଭାବେ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲା ଅଷ୍ଟ୍ରେଲିଆ। ଅନ୍ୟପକ୍ଷରେ ୩ରୁ ୩ ପରାଜୟ ସହ ଜାମାଇକା ପ୍ରତିଯୋଗିତାରୁ ବିଦାୟ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe