ମେରିକମ୍‌ଙ୍କ ଛାଡ଼ପତ୍ର

ଅଲିମ୍ପିକ୍ସ ପଦକ ବିଜୟିନୀ ତଥା ପାଞ୍ଚ ଥର ବିଶ୍ବବିଜୟିନୀ ମହାନ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ ପତି କରୁଙ୍ଗ ଅଙ୍ଖୋଲର ଓରଫ ଓନଲରଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଉଭୟଙ୍କ ସହମତି ତଥା ପରିବାରବର୍ଗଙ୍କ ଉପସ୍ଥିତିରେ ମଣିପୁରର ପାରମ୍ପରିକ ରୀତିନୀତି ଅନୁସାରେ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା।

scscscxcx

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜୟିନୀ ତଥା ପାଞ୍ଚ ଥର ବିଶ୍ବବିଜୟିନୀ ମହାନ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ ପତି କରୁଙ୍ଗ ଅଙ୍ଖୋଲର ଓରଫ ଓନଲରଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଉଭୟଙ୍କ ସହମତି ତଥା ପରିବାରବର୍ଗଙ୍କ ଉପସ୍ଥିତିରେ ମଣିପୁରର ପାରମ୍ପରିକ ରୀତିନୀତି ଅନୁସାରେ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା। ଏହାକୁ ଦେଢ଼ବର୍ଷରୁ ଅଧିକ ସମୟ ବିତିଗଲାଣି। ମେରିକମ୍ ଏବେ ଏଥିରେ ଆନୁଷ୍ଠାନିକ ମୋହର ମାରିଛନ୍ତି। 

ମେରିକମ୍ ପତି ଓନଲରଙ୍କଠାରୁ ଅଲଗା ରହୁଥିବା ଖବର ନିକଟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ସେହିଭଳି ଉଭୟଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ପ୍ରକାର ଆଲୋଚନା ଓ ପର୍ଯ୍ୟାଲୋଚନା ହେଉଥିଲା। ଏଥିରେ ବିରାମ ଲଗାଇବାକୁ ଯାଇ ବୁଧବାର ପ୍ରେସ୍ ବିଜ୍ଞପ୍ତି ଜାରି କରି ଓନଲର ଓ ସେ ଆଉ ପତି-ପତ୍ନୀ ନଥିବା ମେରିକମ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe