ବୟସ୍କ ଅଧିକାରୀଙ୍କୁ ମିଳିବନି ମ୍ୟାଚ୍‌ ପରିଚାଳନା ସୁଯୋଗ

Advertisment
ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ: ଭାରତକୁ ୭ ସ୍ବର୍ଣ୍ଣ

Halloween Costumes

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଅନୁମୋଦିତ ସାଧାରଣ କାର୍ଯ୍ୟ ପ୍ରଣାଳୀ (ଏସ୍‌ଓପି) ଅନୁସାରେ ଖେଳ ଅଭ୍ୟାସ ଆରମ୍ଭ କରିବାକୁ ମଧ୍ୟ ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ପ୍ରସ୍ତୁତି ଆରମ୍ଭ କରିଛି। ଯେତେବେଳେ ବି ଏହା ଆରମ୍ଭ ହେଉ ନା କାହିଁକି ଏଣିକି ବିନା ଦର୍ଶକ, ଶୀତତାପନିୟନ୍ତ୍ରିତ କକ୍ଷ ବଦଳରେ ବାୟୁ ପରିଚାଳିତ ଭଲ ସ୍ଥାନରେ ଏହା କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଣିକି ଆଉ ୬୦ ବର୍ଷରୁ ଊର୍ଧ୍ବ ମ୍ୟାଚ୍‌ ପରିଚାଳକ, ବୈଷୟିକ ଅଧିକାରୀଙ୍କୁ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅଞ୍ଚଳକୁ ପ୍ରବେଶ ନିଷିଦ୍ଧ ରହିବ। ବିଶେଷ କରି ଜାତୀୟ ସ୍ତରରେ ପ୍ରତିଯୋଗିତା ପୁନଃଆରମ୍ଭ ହେଲେ ବୟସ୍କ ଲୋକଙ୍କ ପ୍ରବେଶ ଉପରେ କଡ଼ା କଟକଣା ରହିବ ବୋଲି ସାଇର ୧୯ ପୃଷ୍ଠା ବ୍ୟାପୀ ‘ଏସ୍‌ଓପି’ରେ ଉଲ୍ଲେଖ କରାଯାଇଛି। କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ଭେନ୍ୟୁକୁ ପ୍ରବେଶ ଅନୁମତି ମିଳିବ ବୋଲି ବକ୍ସିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଏହାର କୋଭିଡ୍‌-୧୯ ପରବର୍ତୀ ଜାତୀୟ/ଇଭେଣ୍ଟ୍‌ ଲାଗି ନିୟମାବଳୀରେ ଉଲ୍ଲେଖ ରଖିଛି। ଲଢ଼େଇ ଗୃହର କବାଟ ଓ ଝରକା ଖୋଲା ରହିବ ଏବଂ ସଂକ୍ରମଣକୁ ଏଡ଼ାଇବା ଲାଗି ସବୁ ପ୍ରକାର ପଦ‌‌କ୍ଷେପ ନିଆଯିବ ବୋଲି ବିଏଫଆଇ ପକ୍ଷରୁ କୁହାଯାଇଛି। ଏବେ ବିଏଫଆଇ ହାତରେ କିଛି ପ୍ରତିଯୋଗିତା ନ ଥିଲେ ମଧ୍ୟ ଅକ୍ଟୋବର-ନଭେମ୍ବରରେ ଜାତୀୟ ପ୍ରତିଯୋଗିତା କରିବା ଆଶାରେ ରହିଛି।

ଏହା ପରେ ଡିସେମ୍ବରରେ ସମ୍ଭାବ୍ୟ ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଯୋଗିତା ବେଳେ କୌଣସି ମୁ‌ଷ୍ଟିଯୋଦ୍ଧା ଆହତ ହେଲେ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲାଗି ନିକଟସ୍ଥ ହସପିଟାଲ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର ହେବ ବୋଲି ମଧ୍ୟ କୁହାଯାଇଛି। ସେହିଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବରୁ ପ୍ରତିଯୋଗୀମାନେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଓ ବୀମା କରିଥିବେ। ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ ସହିତ ଅନ୍ୟ ଆବଶ୍ୟକ ଅନୁମତି ଆଣିବା ବାଧ୍ୟତାମୂଳକ ହେବ। ଏହା ମୁଷ୍ଟିଯୋଦ୍ଧା‌, ପ୍ରଶିକ୍ଷକ ଏବଂ ଅନ୍ୟ ସହକାରୀଙ୍କ ପାଇଁ ବି ବାଧ୍ୟତାମୂଳକ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe