ଆଇପିଏଲ୍‌: ସୁପର ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଜିତିଲା କୋଲକାତା ନାଇଟ୍‌ ରାଇଡର୍ସ

Advertisment
ଆଇପିଏଲ୍‌: ସୁପର ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଜିତିଲା କୋଲକାତା ନାଇଟ୍‌ ରାଇଡର୍ସ

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ କୋଲକାତା ନାଇଟ୍‌ ରାଇଡର୍ସ ଜିତିଛି। ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିଲା। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିବା ପରେ ସୁପର ଓଭର ଖେଳାଯାଇଥିଲା।

ହାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ଓ୍ଵିକେଟରେ ୫୭ ରନ୍‌ ସଂଗ୍ରହ କରିଥିଲା। କେନ୍‌ ଓ୍ଵିଲିୟମସନ୍‌ (୨୯) ଆଉଟ୍‌ ହେବା ପରେ ଜନି ବେୟାରଷ୍ଟୋ (୩୬) ଓ ପ୍ରିୟମ୍‌ ଗର୍ଗ (୪)ଅଳ୍ପ ସମୟ ମଧ୍ୟରେ ଆଉଟ୍‌ ହୋଇଯାଇଥିଲେ। ହାଇଦ୍ରାବାଦ୍‌ ୭୦ ରନ୍‌ରେ ୨ଟି ଓ୍ଵିକେଟ୍‌ ହରାଇଥିଲା। କୋଲକାତାର ମଜବୁତ ବୋଲର ଯୋଗୁଁ ଡେଭିଡ ଓ୍ଵାର୍ନର (୪୭ ରନ୍‌)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଉତ୍ସାହଜନକ ପ୍ରଦର୍ଶନ କରିପାରି ନଥିଲେ। ମନୀଷ ପାଣ୍ଡେ ୬ ରନ୍‌ ଓ ବିଜୟ ଶଙ୍କର ୭ ରନ୍‌ କରିଥିଲେ।

publive-image Photo: IPL Twitter

ପ୍ରଥମ ଇନିଂସରେ କୋଲକାତା କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା। ରବିବାର ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। କୋଲକାତାର ଇନିଂସ ଆରମ୍ଭ କରିଥିଲେ ଶୁଭମନ୍‌ ଗିଲ୍‌ ଓ ରାହୁଲ ତ୍ରିପାଠୀ। ଉଭୟ ଖେଳାଳି ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ଫଳରେ ଟିମ୍‌ ୫ ଓଭରରେ ୪୨ ରନ୍‌ ସଂଗ୍ରହ କରିପାରିଥିଲା।

କୋଲକାତା ୪୬ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ଭାବେ ରାହୁଲ ତ୍ରିପାଠୀ (୨୩ ରନ୍‌, ୧୬ ବଣ, ୨ ଚୌକା, ୧ ଛକା)ଙ୍କୁ ହରାଇଥିଲା। ହାଇଦ୍ରାବାଦ୍‌ର ୨ୟ ଶିକାର ହୋଇଥିଲେ ଶୁଭମାନ୍‌ ଗିଲ (୩୬ ରନ୍‌, ୩୭ ବଲ, ୫ ଚୌକା)। ୧୧.୪ ଓଭରରେ ଗିଲ୍‌ ଆଉଟ ହୋଇଯିବା ପରେ ଦଳର ସ୍କୋର ମନ୍ଥର ଗତିରେ ଆଗେଇଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିବା ନିତିଶ ରାଣା ୨୦ଟି ବଲ୍‌ ଖେଳି ୨୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଆନ୍ଦ୍ରେ ରସେଲ ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଟିମ୍‌ ପାଇଁ ବ୍ୟକ୍ତିଗତ ଭାବେ ମାତ୍ର ୯ ରନ୍‌ ଯୋଡ଼ିପାରିଥିଲେ। ଅଧିନାୟକ ଇଅନ୍‌ ମୋର୍ଗାନ ୩୪ ରନ୍‌ ଓ ଦିନେଶ କାର୍ତ୍ତିକ ଅପରାଜିତ ରହି ୨୯ ରନ୍‌ କରିଥିଲେ।

କୋଲକାତା ୮୭ ରନ୍‌ରେ ୨ୟ ଓ୍ଵିକେଟ, ୮୮ ରନ୍‌ରେ ୩ୟ ଓ୍ଵିକେଟ ଓ ୧୦୫ ରନ୍‌ରେ ୪ର୍ଥ ଓ୍ଵିକେଟ ହରାଇଥିଲା। ହାଇଦ୍ରାବାଦର ଟି ନଟରାଜନଙ୍କୁ ୨ଟି, ବିଜୟ ଶଙ୍କର ଓ ରସିଦ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe