ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

Advertisment
ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

କଲମ୍ବୋ: ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପଦକୁ ଫେରିଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ମଙ୍ଗଳବାର ଘୋଷିତ ୧୫ ଜଣିଆ ଦଳରେ ତାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆହତ ଯୋଗୁଁ ଗତ ଜାନୁଆରିରେ ସେ ଦଳରୁ ବାଦ୍‌ ପଡ଼ିବା ସହ ଅଧିନାୟକ ପଦରୁ ଓହରି ଯାଇଥିଲେ। ତାଙ୍କ ସ୍ଥାନରେ ଦୀନେଶ ଚାନ୍ଦିମାଳ ଉଭୟ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ରେ ଦଳର ନେତୃତ୍ୱ ନେଇଥିଲେ। ତେବେ ଦୁର୍ବ୍ୟବହାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଦ୍ୱାରା ନିଲମ୍ବିତ ହୋଇଥିବା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଦନୁଷ୍କା ଗୁଣତିଳକେ ଦିନିକିଆ ଦଳରୁ ବାଦ୍‌ ପଡ଼ିଛନ୍ତି। ଉଭୟ ଦଳ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆସନ୍ତା ରବିବାର ଡାମ୍ବୁଲାରେ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖରେ କଲମ୍ବୋରେ ଶେଷ ହେବ। ଏହାପରେ ଅଗଷ୍ଟ ୧୪ ତାରିଖରେ କଲମ୍ବୋରେ ଏକମାତ୍ର ଟେ୍ଵଣ୍ଟି-୨୦ ଖେଳି ଦକ୍ଷିଣ ଆଫ୍ରିକା ତା’ର ଶ୍ରୀଲଙ୍କା ଗସ୍ତ ଶେଷ କରିବ।
ଶ୍ରୀଲଙ୍କା ଦଳ: ଆଞ୍ଜେଲୋ ମାଥ୍ୟୁସ (ଅଧିନାୟକ), ଦାସୁନ ସନକା, କୁଶାଲ ପେରେରା, ଧନଞ୍ଜୟ ଡି’ସିଲ୍‌ଭା, ଉପୁଲ ଥରଙ୍ଗା, କୁସାଲ ମେଣ୍ଡିସ୍‌, ଥିସାରା ପେରେରା, ନିରୋସାନ୍‌ ଡିକ୍‌ଓ୍ଵାଲା, ସୁରଙ୍ଗା ଲାକ୍‌ମଲ, ଲାହିରୁ କୁମାରା, କୁସାନ ରଜିତା, ଅକିଳ ଧନଞ୍ଜୟ, ପ୍ରଭାତ ଜୟସୂରିଆ, ଲକ୍ଷ୍ମଣ ସନ୍ଦକନ, ସେହାନ ଜୟସୂରିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe