ଭିନି ରମଣଙ୍କ ହାତ ଧରିଲେ ଅଲରାଉଣ୍ଡର ମ୍ୟାକ୍ସୱେଲ

ଭିନି ରମଣଙ୍କ ହାତ ଧରିଲେ ଅଲରାଉଣ୍ଡର ମ୍ୟାକ୍ସୱେଲ

instagram

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୨ ପୂର୍ବରୁ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଶୁକ୍ରବାର ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ବିବାହ କରିଛନ୍ତି। ଷ୍ଟାର ଅଲରାଉଣ୍ଡର ମ୍ୟାକ୍ସୱେଲ ଇନଷ୍ଟାଗ୍ରାମରେ ଫଟୋ କ୍ୟାପସନ୍ ‘ଶ୍ରୀ ଏବଂ ଶ୍ରୀମତୀ ମ୍ୟାକ୍ସୱେଲ’ ଲେଖି ପୋଷ୍ଟ୍‌ କରିଛନ୍ତି । ରମଣ ମେଲବୋର୍ଣ୍ଣରେ ଜଣେ ଫାର୍ମାସିଷ୍ଟ ଭାବେ ଅବସ୍ଥାପିତ ଅଛନ୍ତି।

ମ୍ୟାକ୍ସୱେଲ କ୍ୟାପସନ୍ ସହିତ ନବଦମ୍ପତିଙ୍କ ଏକ ଫଟୋ ମଧ୍ୟ ପୋଷ୍ଟ କରି କହିଛନ୍ତି, ‘ପ୍ରେମ ହେଉଛି ଜୀବନକୁ ସନ୍ଧାନ କରିବାର ଏକ ମାଧ୍ୟମ ଏବଂ ତୁମକୁ ପାଇବା ପରେ ଏହାକୁ ମୁଁ ସମ୍ପୂର୍ଣ୍ଣ ଅନୁଭବ କରୁଛି।’

ମେଲବର୍ଣ୍ଣରେ ତାଙ୍କ ବିବାହ ହେତୁ ମ୍ୟାକ୍ସୱେଲ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତରୁ ଓହରି ଯାଇଥିଲେ। ସୁରକ୍ଷା କାରଣରୁ ତାଙ୍କର ବିବାହ ଉତ୍ସବରେ ମୋଟ ୩୫୦ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ । ଇଣ୍ଡିଆନ ପ୍ରିମିୟର ଲିଗର ଜଣେ ପୂର୍ବତନ ସାଥୀ ମ୍ୟାକ୍ସୱେଲଙ୍କୁ ସତର୍କ କରାଇଥିଲେ ଯେ, ତାମିଲ ଭାଷାରେ ମେଲବୋର୍ଣ୍ଣ ଇଭେଣ୍ଟରେ ଯୋଗ ଦେବା ପାଇଁ ଏକ ନିମନ୍ତ୍ରଣ ଅନଲାଇନରେ ସେୟାର କରାଯାଉଛି। ଏହି କାରଣରୁ ସେ ମାତ୍ର ୩୫୦ ଜଣ ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କାର୍ଯ୍ୟ ଶେଷ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe