ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ମୟଙ୍କ

Advertisment

ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍‌ ଦଳ ଘୋଷିତ ହୋଇଛି। ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କୁ ପ୍ରଥମ ଥର ଜାତୀୟ ଦଳର ଡକରା ମିଳିଛି।

Updated On

ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍‌ ଦଳ ଘୋଷିତ ହୋଇଛି। ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କୁ ପ୍ରଥମ ଥର ଜାତୀୟ ଦଳର ଡକରା ମିଳିଛି।

ଅଦ୍ୟତନ ହୋଇଛି
12a1

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍‌ ଦଳ ଘୋଷିତ ହୋଇଛି। ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କୁ ପ୍ରଥମ ଥର ଜାତୀୟ ଦଳର ଡକରା ମିଳିଛି। ଏଥିସହିତ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ୱିକେଟ୍‌ରକ୍ଷକ ଜିତେଶ ଶର୍ମା ମଧ୍ୟ ଜାତୀୟ ଦଳରେ ସ୍ଥାନ ପାଇପାରିଛନ୍ତି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୬ ତାରିଖରେ ଗ୍ବାଲିୟର୍‌ରେ ଖେଳାଯିବ। ଦ୍ବିତୀୟ ମ୍ୟାଚ୍‌ ୯ ତାରିଖରେ ଦିଲ୍ଲୀ ଓ ୧୨ ତାରିଖରେ ତୃତୀୟ ମ୍ୟାଚ୍‌ ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ହେବ। 

ଭାରତୀୟ ଦଳ: ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଅଭିଷେକ ଶର୍ମା, ସଂଜୁ ସାମ୍‌ସନ୍‌, ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତେଶ କୁମାର ରେଡ୍ଡୀ, ଶିବମ୍‌ ଦୁବେ, ୱାସିଂଟନ୍‌ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା, ମୟଙ୍କ ୟାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe