http://zeenews.india.com
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସ୍ମ୍ୟାନ୍ ପୃଥ୍ଵୀ ସ ଆହତ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ଖେଳି ପାରିନାହାନ୍ତି। ବର୍ତ୍ତମାନ ଜଣାପଡ଼ିଛି କି ପୃଥ୍ଵୀ ସ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଭାରତୀୟ ଦଳରେ ମୟଙ୍କ ଅଗ୍ରଓ୍ଵାଲ୍ ସାମିଲ୍ ହୋଇଛନ୍ତି। ପୃଥ୍ଵୀ ସଙ୍କ ବଦଳରେ ଖେଳିବା ଲାଗି ମୟଙ୍କଙ୍କୁ ଅଷ୍ଟ୍ରେଲିଆ ଡକାଯାଇଛି।
ପ୍ରଥମ ଦୁଇଟି ମ୍ୟାଚରେ ଦୁଇ ଭାରତୀୟ ଓପନର ମୁରଲୀ ବିଜୟ ଓ କେ.ଏଲ୍ ରାହୁଲଙ୍କ ଦୁର୍ବଳ ପ୍ରଦର୍ଶର୍ନ ପରେ ତୃତୀୟ ଟେଷ୍ଟରେ ପୃଥ୍ଵୀ ଭାରତୀୟ ଇନିଂସ୍ ଆରମ୍ଭ କରିବେ ବୋଲି ଯୋଜନା ଥିଲା। ମାତ୍ର ତାଙ୍କର ଅସୁସ୍ଥତା ହେତୁ ଏହା ସମ୍ଭବ ହୋଇ ନ ପାରିବାରୁ ମୟଙ୍କଙ୍କୁ ଡକାଯାଇଛି।
Follow Us