ଏମ୍‌ବାପେଙ୍କ ଡବଲ୍‌ ଗୋଲ୍‌‌: ନକ୍‌ଆଉଟ୍‌ରେ ଫ୍ରାନ୍ସ

Advertisment

୧୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଜୟ ସ୍ବାଦ

୧୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଜୟ ସ୍ବାଦ

ଏମ୍‌ବାପେଙ୍କ ଡବଲ୍‌ ଗୋଲ୍‌‌: ନକ୍‌ଆଉଟ୍‌ରେ ଫ୍ରାନ୍ସ

ଦୋହା: ଫ୍ରାନ୍ସ ପ୍ରଥମ ଦଳ ଭାବେ କାତାର ବିଶ୍ବକପ୍‌ର ନକ୍‌ଆଉଟ୍‌ରେ ପ୍ରବେଶ କରିଛି। ଶନିବାର ଷ୍ଟାଡିୟମ୍‌ ୯୭୪ରେ ଖେଳାଯାଇଥିବା ଗ୍ରୁପ୍‌ ଡି’ ମ୍ୟାଚ୍‌ରେ ଫ୍ରାନ୍ସ ୨-୧ ଗୋଲ୍‌ରେ ଡେନ୍‌ମାର୍କକୁ ପରାସ୍ତ କରିଛି। ଗତ ସଂସ୍କରଣର ବିଜେତା ଫ୍ରାନ୍ସର ହିରୋ କେଲିଆନ୍‌ ଏମ୍‌ବାପେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଯୁଗଳ ଗୋଲ୍‌ ଦେଇ ନିଜ ଦଳକୁ ପ୍ରି-କ୍ବାର୍ଟରରେ ପହଞ୍ଚାଇଛନ୍ତି। ୩୦ ତାରିଖରେ ଫ୍ରାନ୍ସ ତା’ର ଶେଷ ଔପଚାରିକ ଲିଗ୍‌ ମ୍ୟାଚ୍‌ ଟ୍ୟୁନିସିଆ ବିପକ୍ଷରେ ଖେଳିବ। କଡ଼ା ସଂଘର୍ଷ ପୂର୍ଣ୍ଣ ଶନିବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ବିତୀୟାର୍ଦ୍ଧର ୫୯ ମିନିଟ୍‌ରେ ଏମ୍‌ବାପେ ଏକ ସହଜ ଗୋଲ୍‌ ଦେବାକୁ ଯାଇ ବିଫଳ ହୋଇଥିଲେ। ତଥାପି ଦୁଇ ମିନିଟ୍‌ ପରେ ଏମ୍‌ବାପେ ଦଳର ପ୍ରଥମ ଗୋଲ୍‌ ତଥା ଚଳିତ ବିଶ୍ବକପ୍‌ରେ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ଦେଇ ଫ୍ରାନ୍ସକୁ ଡ୍ରାଇଭର ସିଟ୍‌ରେ ରଖିଥିଲେ। ତେବେ ୭ ମିନିଟ୍‌ ପରେ ଆନ୍ଦ୍ରିଆସ୍‌ ଖ୍ରିଷ୍ଟେନ୍‌ସନ୍‌ ଫ୍ରାନ୍ସର ବିଜୟ ଆଶାରେ ପାଣି ମଡ଼ାଇଦେଇଥିଲେ। ହେଡର ଜରିଆରେ ଗୋଲ୍‌ ଦେଇ ଖ୍ରିଷ୍ଟେନ୍‌ସନ୍‌ ମ୍ୟାଚ୍‌କୁ ବରାବର କରିବା ସହ ଡେନମାର୍କ ଆଶା ଉଜ୍ଜୀବିତ ରଖିଥିଲେ।

ଏହାସତ୍ତ୍ବେ ଫ୍ରାନ୍ସ ହାର୍‌ ନମାନି ବାରମ୍ବାର ଆକ୍ରମଣ ଜାରି ରଖିଥିଲା। ଫଳସ୍ବରୂପ ୮୬ ମିନିଟ୍‌ରେ ଆଣ୍ଟୋନି ଗ୍ରିଜମାନ୍‌ଙ୍କ ଏକ ପାସ୍‌କୁ ଏମ୍‌ବାପେ ଲମ୍ଫ ମାରି ବଲ୍‌କୁ ଆଣ୍ଠୁରେ ପୋଷ୍ଟ ଭିତରକୁ ପଠାଇ ଦ୍ବିତୀୟ ଗୋଲ୍‌ ମାରିଥିଲେ। ଏହି ଗୋଲ୍‌ ବଳରେ ଏମ୍‌ବାପେ ଶନିବାର ସୁଦ୍ଧା ଚଳିତ ବିଶ୍ବକପ୍‌ରେ ସର୍ବାଧିକ ଗୋଲ୍‌ ସ୍କୋରର (୩) ହୋଇପାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୪-୧ ବିଜୟ ମ୍ୟାଚ୍‌ରେ ‌ଏମ୍‌ବାପେ ଗୋଟିଏ ଗୋଲ୍‌ ଦେଇପାରିଥିଲେ। ଏମ୍‌ବାପେ ଫ୍ରାନ୍‌ସର ଶେଷ ୧୨ ମ୍ୟାଚ୍‌ରେ ଏକାକୀ ୧୪ ଗୋଲ୍‌ ସ୍କୋର୍‌ କରିଛନ୍ତି। ଏପରିକି ବିଶ୍ବକପ୍‌ରେ ତାଙ୍କ ବ୍ୟକ୍ତିଗତ ଗୋଲ୍‌ ସଂଖ୍ୟା ୭ (୯ ମ୍ୟାଚ୍‌)ରେ ପହଞ୍ଚିଛି। ଗତ ରୁଷିଆ ବିଶ୍ବକପ୍‌ର ଫାଇନାଲ୍‌ରେ ମଧ୍ୟ କ୍ରୋଏସିଆ ବିପକ୍ଷ ୪-୨ ବିଜୟରେ ସେ ଗୋଟିଏ ଗୋଲ୍‌ ଦେଇଥିଲେ।

୧୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଜୟ ସ୍ବାଦ

publive-image

ଅଲ୍‌ ୱାକରା: ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସଠୁ ହାରି ଯାଇଥିବା ଅଷ୍ଟ୍ରେଲିଆ ଶନିବାର ଟ୍ୟୁନିସିଆକୁ ୧-୦ ଗୋଲ୍‌ରେ ହରାଇ ଚଳିତ ଫିଫା ବିଶ୍ବକପ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଛି। ୧୨ ବର୍ଷ ପରେ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ ହୋଇଥିଲା ବେଳେ ନିଜ ବିଶ୍ବକପ୍‌ ଇତିହାସରେ ତୃତୀୟ ବିଜୟ ପାଇଛି। ଶନିବାର ଟ୍ୟୁନିସିଆ ବିପକ୍ଷ ମ୍ୟାଚ୍‌ର ୨୩ତମ ମନିଟ୍‌ରେ ମିଚେଲ୍‌ ଡ୍ୟୁକ୍‌ ଏକମାତ୍ର ଗୋଲ୍‌ଟି ଦେଇଥିଲେ। କ୍ରେଗ୍‌ ଗୁଡ୍‌ୱିନ୍‌ଙ୍କ ପାସ୍‌କୁ ଡ୍ୟୁକ୍‌ ହେଡର ଜରିଆରେ ଗୋଲ୍‌ ସ୍କୋର କରିଥିଲେ।

ଯଦିଓ ଏହାପରେ ଉଭୟ ଦଳଙ୍କ ପାଖରେ ଗୋଲ୍‌ ଦେବାକୁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲା, ହେଲେ କାହାରିକୁ ସଫଳତା ମିଳିନଥିଲା। ଏହି ବିଜୟ ପରେ ଅଷ୍ଟ୍ରେଲିଆର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ ରହିଥିଲା ବେଳେ ଟ୍ୟୁନିସିଆ ଟେବୁଲ୍‌ର ତଳକୁ ଖସିଆସିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଲଗାତାର ୭ ମ୍ୟାଚ୍‌ ବିଜୟଶୂନ୍ୟ ଧାରାରେ ଏହା ଅନ୍ତ ଘଟାଇଛି। ଶେଷ ଥର ପାଇଁ ୨୦୧୦ରେ ସର୍ବିଆ ବିପକ୍ଷରେ ଏହି ଦଳ ଜିତିଥିଲା। ତେ‌ବେ ୨୦୦୬ ସଂସ୍କରଣରେ ଅଷ୍ଟ୍ରେଲିଆ ନିଜଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ପ୍ରି-କ୍ବାର୍ଟରଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe