ଆଡିଲେଡ୍: ଅଷ୍ଟ୍ରେଲିଆର ଯୁବା ସନ୍ତରଣ ତାରକା କାଇଲି ମ୍ୟାକିଓନ୍ ମହିଳା ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ରବିବାର ନୂଆ କୀର୍ତ୍ତିମାନ କରିଛନ୍ତି। ଆଡିଲେଡ୍ରେ ଆୟୋଜିତ ଅଷ୍ଟ୍ରେଲୀୟ ଅଲିମ୍ପିକ ଟ୍ରାଏଲ୍ସରେ ମ୍ୟାକିଓନ୍ ୫୭.୪୫ ସେକେଣ୍ଡରେ ପହଁରା ଶେଷ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଏହି କୀର୍ତ୍ତିମାନ ପୂର୍ବରୁ ଆମେରିକାର ରିଗାନ ସ୍ମିଥ୍ଙ୍କ ନାମରେ ଥିଲା। ସ୍ମିଥ୍ ୨୦୧୯ ବିଶ୍ବ ଚାମ୍ପିଅନ୍ସିପ୍ରେ ୫୭.୫୭ ସେକେଣ୍ଡ୍ ସମୟ ନେଇ ଏହି କୀର୍ତ୍ତିମାନ ଅଧିକାରୀ ହୋଇଥିଲେ। ୧୯ ବର୍ଷୀୟା ମ୍ୟାକିଓନ୍ ଏହି କୀର୍ତ୍ତିମାନ ଭାଙ୍ଗି ଅଲିମ୍ପିକ୍ସ ପୂର୍ବରୁ ପ୍ରମୁଖ ପଦକ ଦାବିଦାର ଥିବା ସୂଚାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us