ମେଲ୍‌ବର୍ନ ପୁଣି ୬ ସପ୍ତାହ ଲକ୍‌ଡାଉନ୍‌: ଟି-୨୦ ବିଶ୍ବକପ୍‌ ଆଶଙ୍କା ବଢ଼ିଲା

Advertisment
ଆୟର୍ଲାଣ୍ଡ ବିଦା: ସୁପର-୧୨ରେ ନାମିବ୍ୟା, ଶ୍ରୀଲଙ୍କା ଅପରାଜେୟ

DNA India

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଦ୍ବିତୀୟ ବୃହତମ ସହର ମେଲ୍‌ବର୍ନରେ କରୋନା ମହାମାରୀ ଯୋଗୁଁ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବୁଧବାରଠୁ ଆରମ୍ଭ ହେବ। ଏହା ୬ ସପ୍ତାହ ଧରି ଚା‌ଲିବ। ଏଥିପାଇଁ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ବକପ୍‌ ‌ଆୟୋଜିତ ହେବା ପ୍ରାୟ ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଆ‌ଇସିସି ଏହା ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛି। ଆଇସିସି ଅର୍ଥନୀତି ଓ ବାଣିଜ୍ୟ ବ୍ୟାପାର ସମିତି ମୁଖ୍ୟ ଏହସାନ ମଣି ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ବିଶ୍ବକପ୍‌ ଆୟୋଜନ କରିବା ସମ୍ଭାବନା ଦେଖାଯାଉନି ବୋଲି ନିଜ ମତ ରଖିଛନ୍ତି। କିନ୍ତୁ ଆଇସିସି ଏପର୍ଯ୍ୟନ୍ତ କୌଣସି ନିର୍ଦିଷ୍ଟ ଘୋଷଣା କରୁନି।

ଆଇସିସି ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେଉ‌ ବୋଲି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କହିଛି। ପରିସ୍ଥିତି ଯାହା ରହିଛି ଅଷ୍ଟ୍ରେଲିଆ ସରକାର ସଂପ୍ରତି ଟି-୨୦ ବିଶ୍ବକପ୍‌ ଆୟୋଜନ କରିପାରିବନାହିଁ। ଦେଶବାସୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ହେଉଛି ‌ସରକାରଙ୍କ ପ୍ରଥମ ଦାୟିତ୍ବ। ଅଷ୍ଟ୍ରେଲିଆ ସରକାର ମଧ୍ୟ ବୁଧବାରଠୁ ମେଲ୍‌ବର୍ନକୁ ୬ ସପ୍ତାହ ଲାଗି ଲକ୍‌ଡାଉନ୍‌ କରିଛନ୍ତି। ଏସବୁ ଦେଖିଲେ ଚଳିତ ବର୍ଷ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ହେବାର ଆଶା ପ୍ରାୟ କମ୍‌ ରହିଛି। ଏହା ଉପରେ ଆଇସିସି ଶୀଘ୍ର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ବିସିସିଆଇ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନେଇ ନିଷ୍ପତ୍ତି ଯେତେ ବିଳମ୍ବ ହେବ ତାହା ଆଇପିଏଲ୍‌ ଆୟୋଜନ ଉପରେ ସେତେଟା ପ୍ରଭାବ ପକାଇବ ବୋଲି ବିସିସିଆଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe