ମେଲବର୍ଣ୍ଣ ଟେଷ୍ଟ ଜିତିବା ପାଇଁ ଭାରତକୁ କରିବାକୁ ପଡ଼ିବ ଏହି କାମ

Advertisment
ମେଲବର୍ଣ୍ଣ ଟେଷ୍ଟ ଜିତିବା ପାଇଁ ଭାରତକୁ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ଡିସେମ୍ବର ୨୬ରୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଟିମ୍‌ ଇଣ୍ଡିଆ ପର୍ଥ ଟେଷ୍ଟରେ ମ୍ୟାଚ ହାରିବା ପରେ ଘରୋଇ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ୧-୧ରେ ସ୍ତରକୁ ଆଣିଛି। ଏହି ବିଜୟ ପରେ ଅଷ୍ଟ୍ରେଲିଆର ମନୋବଳ ଫେରିଛି। ମାତ୍ର ଆଗାମୀ ଦିନରେ ଆହୁରି ୨ଟି ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି। ଭାରତୀୟ ଟିମ ପର୍ଥ ଟେଷ୍ଟରେ ହୋଇଥିବା ଭୁଲକୁ ମେଲବର୍ଣ୍ଣରେ ସଂଶୋଧନ କରିବାକୁ ଚାହିଁବ।

କୋହଲି କହିଥିଲେ, ଏହି ଗସ୍ତରେ ବିପକ୍ଷ ଦଳର ଖେଳାଳିଙ୍କ ସହିତ ବ୍ୟବହାର ଭଲ ପ୍ରଦର୍ଶନ କରାଯାଇ ଖେଳ ଉପରେ ଅଧିକ ନଜର ରଖାଯିବ। ଭାରତୀୟ ଟିମ୍‌ ପର୍ଥ ଟେଷ୍ଟ ପରେ ୪ ଦିନ ପର୍ଯ୍ୟନ୍ତ କୌଣସି ଅଭ୍ୟାସ କରିବେ ନାହିଁ ଏବଂ ସମସ୍ତ କ୍ରିକେଟର ବିଶ୍ରାମ ନେବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଥାଏ ଯେ, ବିଶ୍ରାମ କେମିତି କରି ପାରିବେ। କାରଣ ଏହି ସମୟରେ ମିଳୁଥିବା ସମୟର ଠିକ ଭାବରେ ବ୍ୟବହାର ହେବା ଦରକାର। ପ୍ରଥମ ଟେଷ୍ଟ ପରେ ମଧ୍ୟ ଭାରତୀୟ ଖେଳାଳି ବିଶ୍ରାମ ନେଇଥିଲେ।

publive-image

ଟିମ୍‌ ପରିଚାଳନା ପର୍ଥ ପିଚରେ ସଂପର୍କରେ ଜାଣିପାରି ନଥିଲା। କାରଣ କୌଣସି ବିଶେଷଜ୍ଞ ଖେଳାଳିଙ୍କୁ ସୁଯୋଗ ମିଳି ନଥିଲା। ବିପକ୍ଷୀ ସ୍ପିନର ଲାୟନ ଏହି ପିଚ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଭାରତର ବଳ ହେଉଛି ସ୍ପିନର ମାତ୍ର ପର୍ଥରେ ସ୍ପିନରଙ୍କୁ ସୁଯୋଗ ମିଳି ନଥିଲା। ଅଶ୍ୱିନ ଆହତ ଥିଲେ। ରବୀନ୍ଦ୍ର ଜାଦେଜା ଫିଟ ଥିଲେ। ସେ ବୋଲିଂ ବ୍ୟତୀତ ବ୍ୟାଟିଂ ବି ଭଲ କରିଥାନ୍ତେ।

ତୃତୀୟ ଟେଷ୍ଟରେ ଓପନର ଖେଳାଳିଙ୍କୁ ଭାରତ ଅଧିକ ଗୁରୁତ୍ୱ ଦେବ। ଭାରତୀୟ ଓପନର ଏପର୍ଯ୍ୟନ୍ତ ୯୭ ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆର ଓପନର ୨୨୮ ରନ ସଂଗ୍ରହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe