GOLD COAST, AUSTRALIA - APRIL 13: Hugo Inglis of New Zealand is congratulated by team mates after scoring a goal in the semi final match between New Zealand and India during Hockey on day nine of the Gold Coast 2018 Commonwealth Games at Gold Coast Hockey Centre on April 13, 2018 on the Gold Coast, Australia. (Photo by Bradley Kanaris/Getty Images)
ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସବୁଠାରୁ ବଡ଼ ଆଶା ଥିଲା ହକିରେ ସ୍ୱର୍ଣ୍ଣ। ଗତ ଦୁଇ ସଂସ୍କରଣ (ନୂଆଦିଲ୍ଲୀ-୨୦୧୦ ଏବଂ ଗ୍ଲାସ୍ଗୋ-୨୦୧୪)ରେ ଫାଇନାଲ୍ରେ ପହଞ୍ଚିଥିଲା ଭାରତୀୟ ପୁରୁଷ ଦଳ। କ୍ରମାଗତ ତୃତୀୟ ଥର ପାଇଁ ମଧ୍ୟ ଫାଇନାଲ୍ ପ୍ରବେଶ କରିବା ଚାପରେ ମଧ୍ୟ ରହିଥିଲା। ତେବେ ଗତ ଦୁଇଥର ଫାଇନାଲ୍ରେ ହାରି ରୌପ୍ୟ ପଦକ ହାତେଇଥିବା ଭାରତ ଏଥର କିନ୍ତୁ ସେମିଫାଇନାଲ୍ରେ ପରାସ୍ତ ହେଲା। ଗୁରୁବାର ମହିଳା ଦଳ ସେମିଫାଇନାଲ୍ରେ ଆୟୋଜକ ଅଷ୍ଟ୍ରେଲିଆ ନିକଟରୁ ୦-୧ ଗୋଲ୍ରେ ହାରିଯାଇଥିଲା ଭଳି ଶୁକ୍ରବାର ସେମିଫାଇନାଲ୍ରେ ପ୍ରବଳ ଲଢ଼ିବା ସତ୍ତ୍ୱେ ଭାରତୀୟ ପୁରୁଷ ଦଳ ୨-୩ ଗୋଲ୍ରେ ନ୍ୟୁଜିଲାଣ୍ଡ୍ଠୁ ହାରିଗଲା। ହର୍ମନ୍ପ୍ରୀତ୍ ସିଂହ ଏକାକି ଭାରତ ପାଇଁ ଦୁଇଟି ଗୋଲ୍ କରିଥିଲେ ମଧ୍ୟ ତାଙ୍କ ପ୍ରୟାସ ବେକାର ଗଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ହୁଗୋ ଇଂଲିସ୍ (ସପ୍ତମ ମିନିଟ୍), ଷ୍ଟିଫେନ୍ ଜେନେସ୍ (୧୩ ମିନିଟ୍) ଏବଂ ମାର୍କସ୍ ଚାଇଲଡ୍ (୪୦ ମିନିଟ୍) ଗୋଲ୍ କରିଥିଲା ବେଳେ ହର୍ମନ୍ପ୍ରୀତ୍ ସିଂହ (୩୦ ଓ ୫୬ ମିନିଟ୍) ଭାରତ ପକ୍ଷରୁ ଦୁଇଟି ଗୋଲ୍ କରିଥିଲେ। ବିଜୟ ସହ ନୁଜିଲାଣ୍ଡ୍ ଫାଇନାଲ୍ ପ୍ରବେଶ କରିଥିଲା ବେଳେ ଭାରତ ଆସନ୍ତାକାଲି କାଂସ୍ୟ ପଦକ ପାଇଁ ଇଂଲଣ୍ଡ ସହ ଖେଳିବ।
ମହିଳା କାଂସ୍ୟ ପାଇଁ ଭାରତ-ଇଂଲଣ୍ଡ ଲଢ଼େଇ ଆଜି
ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ ପୁରୁଷଙ୍କ ଭଳି ମହିଳା ଦଳ ମଧ୍ୟ ଶନିବାର କାଂସ୍ୟ ପଦକ ପାଇଁ ଲଢ଼ିବ। ଆସନ୍ତାକାଲି ମହିଳା ଦଳ ଏହି ପଦକ ପାଇଁ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ତେବେ ଅତିକମ୍ରେ କାଂସ୍ୟ ପଦକ ଜିତି ସମ୍ମାନର ସହ ଗୋଲ୍ଡ କୋଷ୍ଟ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି ଭାରତ। ପୁଣି ପୁଲ୍ ପର୍ଯ୍ୟାୟରେ ଇଂଲଣ୍ଡକୁ ୨-୧ ଗୋଲ୍ରେ ହରାଇଥିବାରୁ ଭାରତର ମନୋବଳ ଉଚା ରହିଛି। ହେଲେ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରିଥିବା ଇଂଲଣ୍ଡ ମଧ୍ୟ କାଂସ୍ୟ ପଦକ ହାତଛଡ଼ା ନକରିବାକୁ ଚେଷ୍ଟା କରିବ। ତେଣୁ ଶନିବାର ତୃତୀୟ ସ୍ଥାନ ପାଇଁ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/04/16-India-lose-to-New-Zealand-in-mens-hockey-semis.jpg)