ବାର୍ସିଲୋନା: ବାର୍ସିଲୋନା ତାରକା ଲିଓନେଲ ମେସି ନିର୍ଦ୍ଦିଷ୍ଟ କ୍ଲବ୍ ପାଇଁ ସର୍ବାଧିକ ଗୋଲ୍ ସ୍କୋର୍ କରିବାରେ କିଂବଦନ୍ତି ଖେଳାଳି ପେଲେଙ୍କ (୬୪୩ ଗୋଲ୍) କୀର୍ତ୍ତିମାନର ସହ ସମକକ୍ଷ ହୋଇଛନ୍ତି। ଶନିବାର ଭାଲେନ୍ସିଆ ବିପକ୍ଷ ଲା-ଲିଗା ମ୍ୟାଚ୍ର ମଧ୍ୟାନ୍ତରର ଟିକେ ପୂର୍ବରୁ ଗୋଲ୍ ସ୍କୋର କରି ମେସି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ବ୍ରାଜିଲୀୟ ତାରକା ପେଲେ ସାଣ୍ଟୋସ ପକ୍ଷରୁ ୧୯ ଋତୁ ଖେଳି ଏହି କୀର୍ତ୍ତିମାନ କରିଥିଲେ। ମେସି ବାର୍ସିଲୋନା ପାଇଁ ୧୭ ଋତୁ ଖେଳି ଏହି ସଫଳତା ପାଇଛନ୍ତି।
ପେଲେଙ୍କ ସମକକ୍ଷ ହେଲେ ମେସି
Advertisment
Follow Us