ମେସି ୨ଟି ମ୍ୟାଚ୍‌ରୁ ବାସନ୍ଦ

ମେସି ୨ଟି ମ୍ୟାଚ୍‌ରୁ ବାସନ୍ଦ

The Straits Times

ମାଦ୍ରିଦ୍‌: ସ୍ପାନିସ୍‌ ସୁପର କପ୍‌ ଫାଇନାଲ୍‌ରେ ପ୍ରତିପକ୍ଷ ଦଳର ଖେଳାଳିଙ୍କୁ ଆଘାତ ଦେଇଥିବାରୁ ମଙ୍ଗଳବାର ସ୍ପାନିସ୍‌ ଫୁଟ୍‌ବଲ୍‌ ଫେଡେରେସନ୍‌ ଲିଓନେଲ୍‌ ମେସିଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ରବିବାର ଖେଳାଯାଇଥିବା ଆଥ୍‌ଲେଟିକ୍ ବିଲ୍‌ବାଓ ବିପକ୍ଷ ମ୍ୟାଚ୍‌ରେ ମେସିଙ୍କ ଦଳ ୨-୩ ଗୋଲ୍‌ରେ ହାରି ଯାଇଥିଲା। ଏହି ବାର୍ସେଲୋନା ତାରକା ସେତେବେଳେ ପ୍ରତିପକ୍ଷ ଫରୱାର୍ଡ ଖେଳାଳି ଆସିଅର୍‌ ଭିଲାଲିବ୍ରେଙ୍କ ମୁଣ୍ଡକୁ ଡାହାଣ ହାତରେ ଜୋର୍‌ରେ ଆଘାତ କରିଥିଲେ। ପ୍ରାଥମିକ ଭାବେ ତାଙ୍କୁ ୧୨ ମ୍ୟାଚ୍‌ ପର୍ଯ୍ୟନ୍ତ ବାସନ୍ଦ ହୋଇଥିଲା। ହେଲେ ଫେଡେରେସନ୍‌ର ପ୍ରତିଯୋଗିତା କମିଟି ଘଟଣାକୁ ପରଖିବା ପରେ ବାସନ୍ଦ କୋହଳ କରିଛି। ଫଳରେ ମେସି ତୃତୀୟ ଡିଭିଜନ୍‌ କ୍ଲବ୍‌ କର୍ନେଲା ଏବଂ ଏଲ୍‌ଚେ ବିପକ୍ଷ ଦୁଇଟି ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe