ମେସି କହିଲେ ବର୍ସିଲୋନା ଛାଡ଼ିବେ

ବାର୍ସିଲୋନା ଫେରିପାରନ୍ତି ମେସି

Forbes

ମାଡ୍ରିଡ୍‌: ଫୁଟ୍‌ବଲ୍‌ ଦୁନିଆର ଅନ୍ୟତମ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକପ୍ରକାର ଅବସାନ ଘଟିଛି। ଜୀବନସାରା ବାର୍ସିଲୋନା ପାଇଁ ଖେଳିଥିବା ମେସି ଦୀର୍ଘ ୧୭ ବର୍ଷର ସମ୍ପର୍କକୁ ଛିଡ଼ାଇବାକୁ ଯାଉଛନ୍ତି। ଏ ସମ୍ପର୍କରେ‌ ସେ କ୍ଲବ୍‌କୁ କହିସାରିଥିବା ଖବର ମିଳିଛି। ବିନା ଟ୍ରାନ୍ସଫର୍‌ ଫି’ ସହ ସେ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ତେବେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ମେସି ମୁହଁ ଖୋଲି ନାହାନ୍ତି। ଆର୍ଜେଣ୍ଟିନା ଫେରି ଯିବା ପରେ ସେ କୌଣସି କ୍ଲବ୍‌ ପାଇଁ ଚୁକ୍ତିବଦ୍ଧ କରିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି। ଅନେକ ପ୍ରମୁଖ କ୍ଲବ୍‌ ମଧ୍ୟ ମେସିଙ୍କୁ ନେବାକୁ ପ୍ରତି‌ଦ୍ବନ୍ଦ୍ବିତା ଆରମ୍ଭ କରି‌ ଦେଇଛନ୍ତି। ଅନ୍ୟତମ ପ୍ରମୁଖ ଖେଳାଳି ଲୁଇସ୍ ସୁଆରେଜ୍ ମଧ୍ୟ ବାର୍ସିଲୋନା ଛାଡ଼ିବେ। ନୂଆ ପ୍ରଶିକ୍ଷକଙ୍କ ଅଧୀନରେ ବାର୍ସିଲୋନା ଯୁବ ଖେଳାଳିଙ୍କୁ ନେଇ ପରବର୍ତୀ ୫ ବର୍ଷ ଗଢ଼ି ତୋଳିବ ବୋଲି ଯୋଜନା କରିଛି। ମେସି ପ୍ରସ୍ଥାନ ପରବର୍ତୀ ପରିସ୍ଥିତିରେ ବାର୍କା କିନ୍ତୁ ସଙ୍କଟରେ ପଡିଛି। ଏଥି ପାଇଁ କ୍ଲବ୍‌ ଏକ ଜରୁରୀ ବୈଠକ ଆହୂତ କରିଛି।

ଆର୍ଜେଣ୍ଟିନା ପାଇଁ ୧୩୮ ମ୍ୟାଚ୍‌ ଖେଳି ୭୦ ଗୋଲ୍ ଦେଇଥିବା ୩୩ ବର୍ଷୀୟ ମେସି କ୍ଲବ୍‌ ପାଇଁ ୬୩୪ ଗୋଲ, ୬୦୯ ସହାୟ କରିଥିଲେ। ଗୋଟିଏ ଋତୁରେ ସର୍ବାଧିକ ସଫଳତା ୧୦୮ (ଗୋଲ୍‌+ସହାୟ) ମଧ୍ୟ ମେସିଙ୍କ ନାମରେ ରହିଛି। ବହୁ ଦୂରରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ (୮୪)। ମେସି ନିଜ ଖେଳ ଜୀବନରେ ସର୍ବାଧିକ ୬ ଥର ବାଲନ୍ ଡି’ଓର୍‌ ପୁରସ୍କାର ପାଇବାର ଗୌରବ ପାଇଥିଲେ। ବିଶ୍ବକପ୍‌ ସଫଳତାକୁ ଛାଡ଼ିଦେଲେ ମେସି ତାଙ୍କ‌ ଖେଳ ଜୀବନରେ ସବୁ ଶ୍ରେଷ୍ଠ ସଫଳତା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe