The Straits Times
ବାର୍ସିଲୋନା: ବାର୍ସିଲୋନା ଅଧିନାୟକ ଲିଓନେଲ୍ ମେସି ସେହି ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଲବ୍ ସହ ଚୁକ୍ତି ନବୀକରଣ କରିବାକୁ ତାଙ୍କର ଆଉ ଆଗ୍ରହ ନଥିବା କହିଛନ୍ତି। ଏପରିକି ଚୁକ୍ତି ନବୀକରଣ ନେଇ କ୍ଲବ୍ ସହ ଚାଲିଥିବା ବୁଝାମଣାକୁ ବାତିଲ କରିଦେଇଛନ୍ତି। ଫଳରେ ସେ ବାର୍ସିଲୋନା କ୍ଲବ୍ ଛାଡ଼ିବାକୁ ପୂରା ପ୍ରସ୍ତୁତ ବୋଲି ଶୁକ୍ରବାର ସ୍ପାନିସ୍ ରେଡିଓ ଷ୍ଟେସନ୍ କାଡେନାର ଏକ ରିପୋର୍ଟରୁ ଜଣାପଡ଼ିଛି। ବାର୍ସିଲୋନା କ୍ଲବ୍ ସହ ତାଙ୍କର ଚୁକ୍ତି ୨୦୨୧ରେ ସରିଯିବ। ଏହି ରିପୋର୍ଟରୁ ଜଣାପଡ଼ିଛି, ମେସି ଓ ତାଙ୍କ ବାପା ଜର୍ଜ କ୍ଲବ୍ ସହ ପୂର୍ବ ଚୁକ୍ତି (୨୦୧୭) ନବୀକରଣ ସଂପର୍କରେ ଆଲୋଚନା କରିଥିଲେ। ହେଲେ ମେସି ଆଉ ସେହି କ୍ଲବ୍ ସହ ରହିବାକୁ ଚାହୁଁନାହାନ୍ତି ବୋଲି ଆଲୋଚନାରୁ ଜଣାପଡ଼ିଛି।
ବିଶେଷକରି କ୍ଲବ୍ ପକ୍ଷରୁ ତାଙ୍କର ଏକ ଗୋପନ ରିପୋର୍ଟ ଗଣମାଧ୍ୟମରେ ଲିକ୍ ହୋଇଯିବା ଉପରେ ମେସି ଖପ୍ପା ହୋଇଥିଲେ। ଚଳିତ ବର୍ଷ ଜାନୁଆରିରେ କ୍ଲବ୍ର ପ୍ରଶିକ୍ଷକ ଅର୍ନେଷ୍ଟ ଭାଲ୍ଭେର୍ଡେଙ୍କ ବହିଷ୍କାର ଏବଂ ଦଳ ତା’ର ସାମର୍ଥ୍ୟ ହରାଇବାକୁ ନେଇ ମେସି ଭାଙ୍ଗିପଡ଼ିଥିବା ଭଳି ଖବର କ୍ଲବ୍ ଭିତରେ ଗୋପନ ଥିଲା। କିନ୍ତୁ ଏଭଳି ରିପୋର୍ଟ ଗଣମାଧ୍ୟମରେ ଲିଗ୍ ହୋଇଯିବାକୁ କ୍ଲବ୍ର ଦାୟିତ୍ବହୀନତା ବୋଲି ମେସି ଅଙ୍ଗଳି ନିର୍ଦେଶ କରିଥିଲେ। ତେଣୁ ସେ ସେଭଳି କ୍ଲ ବ୍ ସହ ଅଧିକ ଦିନ ରହିବାକୁ ଚାହୁଁନାହାନ୍ତି ବୋଲି ମେସି ମନସ୍ଥିର କରିଥିବା ଜଣାପଡ଼ିଛି। ତେବେ ଏହି ଆର୍ଜେଣ୍ଟିନା ଏବଂ ବାର୍ସିଲୋନା ତାରକା ଏଭଳି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।
Follow Us