ମେସି ବିଶ୍ବର ସବୁଠୁ ଧନୀ ଫୁଟ୍‌ବଲର୍‌

Advertisment
ମେସି ବିଶ୍ବର ସବୁଠୁ ଧନୀ ଫୁଟ୍‌ବଲର୍‌

Soccer Football - FC Barcelona's Lionel Messi receives his sixth Golden Shoe - Antiga Fabrica Estrella Damm, Barcelona, Spain - October 16, 2019 FC Barcelona's Lionel Messi poses with the golden shoe during the ceremony REUTERS/Albert Gea

ଲଣ୍ଡନ: ଏକ ଚୁକ୍ତି ବିବାଦକୁ କେନ୍ଦ୍ର କରି ବାର୍ସେଲୋନା ସହ ଚଳିତ ମାସରେ ସଂପର୍କ ତୁଟାଇବାର ଇଛା ଜାହିର କରିବା ଏବଂ ଶେଷରେ ଆଉ ଗୋଟିଏ ବର୍ଷ ରହିବା ପାଇଁ ବାଧ୍ୟ ହୋଇଥିବା ଲିଓନେଲ୍‌ ମେସିଙ୍କର ଆୟର ଉତ୍ସ ହ୍ରାସ ପାଇନି। ଏହି ଆର୍ଜେଣ୍ଟିନା ତାରକା ଏବେ ବି ବିଶ୍ବର ସବୁଠୁ ଧନୀ ଫୁଟ୍‌ବଲ୍‌ର ରହିଛନ୍ତି। ସେ ଏକ୍ଷେତ୍ରରେ କ୍ରିଷ୍ଟିଆନ୍‌ ରୋନାଲଡୋଙ୍କୁ ପଛରେ ପକାଇଛନ୍ତି। ଫୋର୍ବସ ଦ୍ବାରା ସଂକଳିତ ଏକ ତାଲିକା ଅନୁଯାୟୀ ଚଳିତ ବର୍ଷ ମେସିଙ୍କ ମୋଟ ଆୟ ୧୨୬ ମିଲିୟନ୍‌ ଡଲାର ରହିଛି। ଯେଉଁଥିରେ ତାଙ୍କ ବେତନ ବାବଦରେ ୯୨ ମିଲିୟନ୍‌ ଏବଂ ବ୍ୟାବସାୟିକ ଚୁକ୍ତି ବାବଦରେ ୩୪ ମିଲିୟନ୍‌ ଡଲାର ସାମିଲ ଅଛି। ଚଳିତ ବର୍ଷ ମୋଟ ଆୟରେ ମେସିଙ୍କ ପଛକୁ ରୋନାଲ୍‌ଡୋ ରହିଛନ୍ତି। ରୋନାଲ୍‌ଡୋଙ୍କ ଆୟ ୧୧୭ ମିଲିୟନ୍‌ ଡଲାର ରହିଛି।

ବିଶ୍ବର ସୁବୁଠୁ ଅଧିକ ଆୟ କରୁଥିବା ଫୁଟ୍‌ବଲ୍‌ ତାରକାଙ୍କ ତା‌ଲିକାରେ ମେସି ଓ ରୋନାଲ୍‌ଡୋଙ୍କ ପଛକୁ ନେମାର (୯୬ ମିଲିୟନ୍‌ ଡଲାର) ତୃତୀୟରେ ରହିଥିଲା ବେଳେ ତାଙ୍କ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ ଦଳୀୟ ସାଥୀ ୨୧ ବର୍ଷ ବୟସ୍କ କିଲିଆନ୍‌ ଏମ୍‌ବାପେ (୪୨ ମିଲିୟନ୍‌ ଡଲାର) ଚତୁର୍ଥ ସ୍ଥାନ ପାଇଛନ୍ତି। ପ୍ରିମିୟର ଲିଗ୍‌ ଏବେ ବି ବିଶ୍ବର ବିତ୍ତଶାଳୀ ଘରୋଇ ଫୁଟ୍‌ବଲ୍‌ ଲିଗ୍‌ ଭାବେ ପରିଗଣିତ ହେଉଛି। କିନ୍ତୁ ଏହାର ମାତ୍ର ଦୁଇ ଜଣ ଆଉଟ୍‌ଫିଲ୍‌ଡ ଖେଳାଳି ଧନୀ ତାଲିକାର ଶୀର୍ଷ-୧୦ ମଧ୍ୟରେ ରହିଛନ୍ତି। ଲିଭରପୁଲ୍‌ର ଟ୍ରଫି ବିଜେତା ଷ୍ଟ୍ରାଇକର ମହମ୍ମଦ ସାଲହା (୩୭ ମିଲିୟନ୍‌) ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମିଡ୍‌ଫିଲ୍‌ଡର ପଲ୍‌ ପୋଗ୍‌ବା (୩୪ ମିଲିୟନ୍‌) ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଛନ୍ତି। ପୋଗ୍‌ବାଙ୍କ ଦଳୀୟ ସାଥୀ ଡେଭିଡ୍‌ ଡି ଗିଏ (୨୭ ମିଲିୟନ୍‌) ଦଶମ ସ୍ଥାନରେ ରହିଛନ୍ତି। ବାର୍ସେଲୋନାର ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ୍‌ ସପ୍ତମ ଏବଂ ରିଅଲ୍‌ ମାଦ୍ରିଦ୍‌ର ଗାରେଥ୍‌ ବାଲେ ଅଷ୍ଟମରେ ରହିଥିଲା ବେଳେ ଏକମାତ୍ର ବୁନ୍ଦେସ୍‌ଲିଗା ଖେଳାଳି ଭାବେ ବେୟର୍ନ ମ୍ୟୁନିକ୍‌ ଷ୍ଟ୍ରାଇକର ରବର୍ଟ ଲିୱାଣ୍ଡୋସ୍କି ନବମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe