ମେସିଙ୍କ ୮୦୦ ଗୋଲ୍‌

Advertisment
ମେସିଙ୍କୁ ମିଳିଲା ବର୍ଷକୁ ୩୬୦୦ କୋଟି ଟଙ୍କାର ଅଫର, ସାଉଦି ଆରବର ଏହି କ୍ଲବ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ : ଖେଳ ଜୀବନ ମଧ୍ୟରେ ୮୦୦ ଗୋଲ୍‌ ଦେବାରେ ପର୍ତ୍ତୁଗାଲ ଫୁଟବଲର୍‌ କ୍ରି‌ଷ୍ଟିଆନୋ ରୋନାଲ୍ଡୋଙ୍କ ପଛକୁ ଆର୍ଜେଣ୍ଟିନାର ଲିଓନେଲ୍‌ ମେସି ଦ୍ବିତୀୟ ଖେଳାଳି ହୋଇଛନ୍ତି। ଶୁକ୍ରବାର ଆର୍ଜେଣ୍ଟିନାର ମନୁମେଣ୍ଟାଲ ଷ୍ଟାଡିୟମ୍‌ରେ ପାନାମା ବିପକ୍ଷରେ ହୋଇଥିବା ମ୍ୟାଚ୍‌ରେ ମେସି ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

ଫିଫା ବିଶ୍ବକପ୍‌ ବିଜେତା ହେବା ପରେ ଆର୍ଜେଣ୍ଟିନାର ଏହା ପ୍ରଥମ ମ୍ୟାଚ୍‌ ଥିଲା। ମ୍ୟାଚ୍‌ର ୮୮ତମ ମିନିଟ୍‌ରେ ମେସି ଏକ ଫ୍ରି-କିକ୍‌କୁ ‌ଗୋଲ୍‌ରେ ପରିଣତ କରାଇବା ପରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ପୂର୍ବରୁ ପ୍ରମିୟର ଲିଗ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୩-୨ ଗୋଲ୍‌ରେ ଆର୍ସେନାଲ୍‌କୁ ହରାଇଥିବା ମ୍ୟାଚ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ୮୦୦ ଗୋଲ୍‌ ଅତିକ୍ରମ କରି କୀର୍ତ୍ତିମାନ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe