ପିଏସ୍‌ଜିକୁ ପ୍ରତ୍ୟାବର୍ତ୍ତନରେ ମେସିଙ୍କ ଗୋଲ୍‌

Advertisment
ପିଏସ୍‌ଜିକୁ ପ୍ରତ୍ୟାବର୍ତ୍ତନରେ ମେସିଙ୍କ ଗୋଲ୍‌

ପ୍ୟାରିସ: ଫିଫା ବିଶ୍ବକପ୍‌ ବିଜେତା ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ପିଏସ୍‌ଜି (ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌) କ୍ଲବ୍‌କୁ ପ୍ରତ୍ୟାବର୍ତ୍ତନରେ ଗୋଲ୍‌ କରିଛନ୍ତି। ଲିଗ୍‌-୧ ପ୍ରତିଯୋଗିତାରେ ବୁଧବାର ମେସିଙ୍କ ଗୋଲ୍‌ ବଳରେ ପିଏସ୍‌ଜି ୨-୦ରେ ଆଞ୍ଜେର୍‌ସକୁ ପରାସ୍ତ କରିଛି। ଏହି ବିଜୟ ବଳରେ ପିଏସ୍‌ଜି ମଧ୍ୟ ଲିଗ୍‌-୧ରେ ୬ ପଏଣ୍ଟ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ଆର୍ଜେଣ୍ଟିନା ପାଇଁ ବିଶ୍ବକପ୍‌ ଜିତିବା ପରେ ମେସି ପିଏସ୍‌ଜିକୁ ଫେରିଥିଲେ। ତାଙ୍କୁ ମଧ୍ୟ ପାର୍କ ଦେସ୍‌ ପ୍ରିନ୍‌ସେସ୍‌ ଦର୍ଶକ ବିପୁଳ ସ୍ବାଗତ ଜଣାଇଥିଲେ। ବୁଧବାର ମ୍ୟାଚ୍‌ରେ ମେସି ମଧ୍ୟ ହାତ ଖାଲି ରଖିନଥିଲେ। ସେ ୭୨ତମ ମିନିଟ୍‌ରେ ପିଏସ୍‌ଜି ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ। ଏହା ପୂର୍ବରୁ ହୁଗୋ ଏକିଟିକେସ୍‌ ପ୍ରଥମାର୍ଦ୍ଧରେ ଗୋଲ୍‌ କରିଥିଲେ। ୨-୦ ବିଜୟ ପରେ ପିଏସ୍‌ଜି ମୋଟ ୧୮ ମ୍ୟାଚ୍‌ ଖେଳି ପଏଣ୍ଟ ସଂଖ୍ୟା ୪୭କୁ ବୃଦ୍ଧି କରିଛି। ଏହା ପଛକୁ ଆର୍‌ସି ଲେନ୍‌ସ ଦ୍ବିତୀୟ ଏବଂ ଅଲିମ୍ପିକ୍‌ ଡି ମାର୍ସେଲି ତୃତୀୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe