ବୁଏନସ ଏୟାର୍ସ: ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ବାର୍ସିଲୋନା ସହ ପୁଣି ୫ ବର୍ଷ ଲାଗି ନୂଆ ଚୁକ୍ତି କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ବୁଧବାର ପ୍ରକାଶ ପାଇଛି। ବାର୍ସିଲୋନାର ଏହି ସର୍ବକାଳୀନ ସର୍ବାଧିକ ଗୋଲ୍ ସ୍କୋରର୍ ଗତ ମାସରେ କ୍ଲବ୍ ସହ ନିଜର ୨୧ ବର୍ଷର ସମ୍ପର୍କ ତୁଟାଇଥିଲେ। ତାଙ୍କ ପୁରୁଣା ଚୁକ୍ତି ସମାସ୍ତ ହେବା ପରେ ସଂପ୍ରତି ସେ ମାଗଣା ଏଜେଣ୍ଟ ଭାବେ ରହିଛନ୍ତି। ୨୦୧୭ରେ ଶେଷ ଥର ଲାଗି ଏହି କ୍ଲବ୍ ସହ ଚୁକ୍ତି କରିଥିଲେ। ତାହା ପରଠୁ ଏହାର ନବୀକରଣ ହୋଇନଥିବା ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ନିକଟରେ କୋପା ଆମେରିକାରେ ନିଜ ଦେଶ ଆର୍ଜେଣ୍ଟିନାକୁ ଜିତାଇ ବଡ଼ ପ୍ରତିଯୋଗିତା ଟ୍ରଫି ମରୁଡ଼ିର ଅବସାନ ଘଟାଇଥିଲେ ମେସି।
ବାର୍ସିଲୋନା ସହ ମେସିଙ୍କ ନୂଆ ୫ ବର୍ଷୀୟା ଚୁକ୍ତି
Advertisment
Follow Us