ମେସିଙ୍କୁ ସପ୍ତମ ଲା’ ଲିଗା ସ୍ବର୍ଣ ଜୋତା

Advertisment
ମେସି ବିଶ୍ବର ସବୁଠୁ ଧନୀ ଫୁଟ୍‌ବଲର୍‌

Soccer Football - FC Barcelona's Lionel Messi receives his sixth Golden Shoe - Antiga Fabrica Estrella Damm, Barcelona, Spain - October 16, 2019 FC Barcelona's Lionel Messi poses with the golden shoe during the ceremony REUTERS/Albert Gea

ମାଡ୍ରିଡ୍‌: ଆର୍ଜେଣ୍ଟିନା ଫୁଟ୍‌ବଲ୍ କିଂବଦନ୍ତି ଲିଓନେଲ୍ ମେସି ନିଜ ଖେଳ ଜୀବନରେ ସପ୍ତମ ଥର ପାଇଁ ଲା’ ଲିଗା ପ୍ରତିଯୋଗିତାର ଅଗ୍ରଣୀ‌ ଗୋଲ୍‌ ସ୍କୋରର୍ ହୋଇ ସ୍ବର୍ଣ୍ଣ ଜୋତା ବିଜେତା ହୋଇଛନ୍ତି। ଲିଗ୍ ଶେଷରେ ମେସି ୨୫ ଗୋଲ୍‌ ଓ ୨୧ ସହାୟତା ସହିତ ପିଚିଚି ଟ୍ରଫି ଜିତିଛନ୍ତି। ଆଲାଭ୍ସ ବିପକ୍ଷ ଶେଷ ରାଉଣ୍ଡ୍ ମୁକାବିଲାରେ ବାର୍ସିଲୋନା ୫-୦ରେ ଜିତିଥିବା ବେଳେ ମେସି ୨ ଗୋଲ୍‌ ଦେଇଥିଲେ। ମେସି‌ ମୋଟ ୩୩ ମ୍ୟାଚ୍‌ରୁ ୨୫ ଗୋଲ୍ ଦେଇଥିଲେ। ରିୟଲ୍ ମାଦ୍ରିଦର କରିମ୍ ବେଞ୍ଜିମା ୨୧ ଗୋଲ୍‌ ସହ ପଛରେ ପଡ଼ିଯାଇଥିଲେ।

କିନ୍ତୁ ରିୟଲ୍ ମାଦ୍ରିଦ ୩୪ତମ ଥର ପାଇଁ ଏହି ସ୍ପାନିସ୍ ଲିଗ୍ ଜିତି ନେଇଛି। ଲଗାତାର ତୃତୀୟ ଋତୁ ପାଇ ମେସି ମଧ୍ୟ ଲିଗ୍‌ର ସର୍ବାଧିକ ସହାୟତା କରିଛନ୍ତି। ‘ଟ୍ରଫି ସହ ସ୍ବର୍ଣ୍ଣ ଜୋତା ଜିତିଥିଲେ ଭଲ ହୋଇଥାନ୍ତା’ ବୋଲି‌ ମେସି ଅବସୋସର ସହ କହିଛନ୍ତି। ସୋମବାର ମେସି ମଧ୍ୟ ବୁନ୍ଦେସଲିଗାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଲା’ ଲିଗା ଇତିହାସରେ ମାଦ୍ରିଦ ସର୍ବାଧିକ ୩୪ ଥର ଏବଂ ବାର୍ସିଲୋନା ଦ୍ବିତୀୟ ସଫଳ ଦଳ ଭାବେ ୨୬ ଥର ବିଜେତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe