ମାର୍କ୍ବେଜ୍ ଜିତିଲେ ମୋଟୋଜିପି

Advertisment
ମାର୍କ୍ବେଜ୍ ଜିତିଲେ ମୋଟୋଜିପି

ମୋଟେଗି (ଜାପାନ): ଚଳିତ ଋତୁର ଆଉ ତିନିଟି ରେସ୍ ବାକିଥାଇ ‌େହାଣ୍ଡା ଚାଳକ ମାର୍କ ମାର୍କ୍ବେଜ୍ ମୋଟୋଜିପି-୨୦୧୮ର ବିଜେତା ଆଖ୍ୟା ଅର୍ଜନ କରି ନେଇଛନ୍ତି। ଜାପାନର ମୋଟେଗିଠାରେ ରବିବାର ଆୟୋଜିତ ରେସ୍‌ର ପ୍ରଥମ ସ୍ଥାନରେ ରହି ମାର୍କ୍ବେଜ୍ ଏହି ସଫଳତା ପାଇଛନ୍ତି। ଚଳିତ ଋତୁରେ ଏହା ତାଙ୍କର ଅଷ୍ଟମ ଏବଂ ଖେଳ ଜୀବନର ୬୯ତମ ବିଜୟ। ସେହିଭଳି ସାତଟି ବିଶ୍ବ ଟ୍ରଫି ଜିିତିବାରେ ମାର୍କ୍ବେଜ୍ ସର୍ବକନିଷ୍ଠ ରେସର୍‌ ହୋଇଛନ୍ତି। ଏହି କ୍ରମରେ ସେ ମହାନ ରେସର ମାଇକ୍ ହେଲଉଡଙ୍କ କୀର୍ତ୍ତିମାନ ଭାଙ୍ଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe